କେନ୍ଦୁଝର ଲଜରୁ ମୃତଦେହ ଉଦ୍ଧାର

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

କେନ୍ଦୁଝର : କେନ୍ଦୁଝର ସହରର ଡେଲି ମାର୍କେଟ ନିକଟରେ ଥିବା କେନ୍ଦୁଝର ଲଜ୍‌ର ଏକ କୋଠରିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୁଲିସ ଶୁକ୍ରବାର ସକାଳେ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଏମ୍‌ଡି ଇଦ୍‌ରିସ୍‌ ହୁସେନ (୫୨)। ତାଙ୍କ ଘର ଝାଡ଼ଖଣ୍ଡ ରାଞ୍ଚିର ବାରିଆକୋଟା ଗ୍ରାମରେ ବୋଲି ଜଣାପଡ଼ିଛି।

ଶୁକ୍ରବାର ସକାଳୁ କବାଟ ନ ଖୋଲିବାରୁ ହୋଟେଲ ମ୍ୟାନେଜର ଟାଉନ ପୁଲିସକୁ ଖବର ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ଆସିଲା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ କହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଟାଉନ୍‌ ଥାନା‌ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତ ବ୍ୟକ୍ତି ଜଣକ କେନ୍ଦୁଝର ଲଜ୍‌ରେ ଜାନୁଆରି ୩୧ ତାରିଖରୁ ରୁମ୍‌ ନମ୍ବର ୨୧୮ରେ ରହିଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe