CREATOR: gd-jpeg v1.0 (using IJG JPEG v62), quality = 100
ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ପଳସମା ଗ୍ରାମ ହନୁମାନ ମନ୍ଦିର ନିକଟରେ ଥିବା ଏକ ମହୁଲ ଗଛରୁ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଅପରାହ୍ଣ ୪ ଟାରେ ଶବ ଝୁଲୁଥିବା ଦେଖି ଗ୍ରାମବାସୀ ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।
ମହିଳାଙ୍କ ମସ୍ତିକ ବିକୃତି ଥିଲା ବୋଲି ଗ୍ରାମବାସୀ କହିଛନ୍ତି। ସେ ବୁଲି ବୁଲି ଏହି ଗ୍ରାମରେ ଆଜି ସକାଳେ ପହଞ୍ଚିଥିବା ଗ୍ରାମବାସୀ ଦେଖିଥିଲେ। ମୃତ ମହିଳା ହେଉଛନ୍ତି ରିଆମାଳ ଥାନା ଅନ୍ତର୍ଗତ ଗୁଣ୍ଡିଆପାଲି ପଞ୍ଚାୟତ ଗୁଜାହୁଳି ଗ୍ରାମର ଅଯୋଧ୍ୟା ନାୟକ (୨୭)। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଅନ୍ତର୍ଗତ ଢୋଡରଖୋଳ ଗ୍ରାମର ସୁଶାନ୍ତ ନାୟକଙ୍କୁ ବିବାହ କରିଥିଲେ। ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି।
Follow Us