ରେଳ ଷ୍ଟେସନ୍‌ରୁ ଶିଶୁକନ୍ୟା ଉଦ୍ଧାର

ରେଳ ଷ୍ଟେସନ୍‌ରୁ ଶିଶୁକନ୍ୟା ଉଦ୍ଧାର

Justdial

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ୍‌ରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏକାକୀ ବୁଲୁଥିବା ଜଣେ ୮ ବର୍ଷୀୟା ଶିଶୁକନ୍ୟାକୁ ରେଳବାଇ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ପରେ ତାକୁ ରେଲୱେ ଚାଇଲ୍‌ଡଲାଇନ୍‌କୁ ହସ୍ତାନ୍ତର କରିଥିବା ବେଳେ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରି ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି।

ଶିଶୁଟି ଘରେ କାହାକୁ କିଛି ନ କହି ଚାଲି ଆସିଛି ବୋଲି କହୁଥିବା ବେଳେ ତା’ର ନାଁ ତାରିଣୀ ବାଡେକ ଓ ଡାକ ନାଁ ପୁକଲି ତଥା ବାପା କ୍ରିଷ୍ଣା, ମା ସୁମୀ, ଭାଇ ସୂରଜ ଓ ଭୀମ ଏବଂ ଭଉଣୀ ସ୍ୱପ୍ନା ଓ ଆରତୀ ବୋଲି ଜଣାଇଛି। ତା’ର ଘର ଝାରସୁଗୁଡାରେ ହୋଇଥିବା ବେଳେ ଘର ପାଖରେ ଗୀର୍ଜା, ହନୁମାନ ମନ୍ଦିର, କବର ଅଛି ବୋଲି କହୁଛି। ଯଦି କେହି ସହୃଦୟ ବ୍ୟକ୍ତି ଉକ୍ତ ଶିଶୁକୁ କିମ୍ବା ତା’ର ପରିବାର ବର୍ଗଙ୍କୁ ଜାଣନ୍ତି ତେବେ  ଶିଶୁର ପରିବାର ବର୍ଗଙ୍କୁ ଜଣାଇବା ସହିତ ତୁରନ୍ତ ରେଲୱେ ଚାଇଲ୍‌ଡଲାଇନ କିମ୍ବା ଶିଶୁ ମଙ୍ଗଳ କମିଟିକୁ ଯୋଗାଯୋଗ କରିବାକୁ ଚାଇଲ୍‌ଡଲାଇନ୍‌ ସଂଯୋଜକ ଆଶିଷ ପଣ୍ଡା ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe