ମହୁଲ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ବିଜେପୁର: ବିଜେପୁର ଥାନା ଅନ୍ତର୍ଗତ ପଥର୍ଲା ଗ୍ରାମରେ ମହୁଲ ଗଛରୁ ଏକ ଝୁଲନ୍ତା ମୃତଦେହକୁ ବିଜେପୁର ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ପଥର୍ଲାର ବୀରକିଶୋର ମିଶ୍ର(୪୮)। ଗଁା ନିକଟରେ ଥିବା ମହୁଲ ଗଛରେ ବୀରକିଶୋର ବେକରେ ଦଉଡ଼ି ଦେଇ ଝୁଲୁଥିବା ଗ୍ରାମର କେତେ ଜଣ ଦେଖିବାକୁ ପାଇଥିଲେ।

ପରେ ଏନେଇ ତାଙ୍କ ପରିବାରଲୋକ ଓ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଦୀର୍ଘ ବର୍ଷ ହେବ ବୀରକିଶୋର ପତ୍ନୀଙ୍କଠାରୁ ଅଲଗା ରହି ଆସୁଥିଲେ। ତେଣୁ ପାରିବାରିକ କାରଣରୁ ଏହି ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରିଛି। ଏନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe