ଦନ୍ତା ହାତୀର ମୃତଦେହ ଉଦ୍ଧାର

Advertisment
ଦନ୍ତା ହାତୀର ମୃତଦେହ ଉଦ୍ଧାର

ସୋନପୁର: ସୋନପୁର ରେଞ୍ଜ ଅଧୀନସ୍ଥ ନାରାୟଣପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାଜିଖୋଲ ଜଙ୍ଗଲ ପାଖ ପଡ଼ିଆରୁ ଏକ ଦନ୍ତାହାତୀର ମୃତଦେହ ବୁଧବାର ଉଦ୍ଧାର ହୋଇଛି। ଦନ୍ତାହାତୀର ବୟସ ୪ ରୁ ୫ ବର୍ଷ ହୋଇଥିବା ବନ ବିଭାଗ ସୂଚନା ଦେଇଛି।

ଖବର ପାଇ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ଦାୟିତ୍ବରେ ଥିବା ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନିତିଶ କୁମାର, ଏସିଏଫ୍‌ ପ୍ରଫୁଲ୍ଲ ଧରୁଆ, ସୋନପୁର ରେଞ୍ଜ ଅଧିକାରୀ ମନୋରଞ୍ଜନ ବାଘ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦନ୍ତାହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛନ୍ତି। ପ୍ରାଣୀ ଚିକିତ୍ସକ ପହଞ୍ଚି ଦନ୍ତା ହାତୀର ଶବ ବ୍ୟବଛେଦ କରିଥିଲେ। ଦନ୍ତାହାତୀର ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ବନ ବିଭାଗ ସୂଚନା ଦେଇଛି। ତେବେ ଗତ ୭ ବର୍ଷ ମଧ୍ୟରେ ୭ଟି ହାତୀର ମୃତ୍ୟୁ ଘଟିଥିବାରୁ ଜିଲ୍ଲାରେ ହାତୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe