ଅପହୃତ ନାବାଳିକା ଉଦ୍ଧାର

Advertisment
ଅପହୃତ ନାବାଳିକା ଉଦ୍ଧାର

Odisha Police

କେନ୍ଦୁଝର: କାଶୀପୁର ଅଞ୍ଚଳର ଜଣେ ଅପହୃତ ନାବାଳିକା ଆଜି ହଠାତ୍‌ ଆସି ଥାନାରେ ହାଜର ହୋଇଛନ୍ତି। ସୂଚନାଯୋଗ୍ୟ କେନ୍ଦୁଝର ସହରର ରଂଜିତା ରାଉତ ନାମକ ଜଣେ ମହିଳାଙ୍କ ନାବାଳିକା ଝିଅକୁ ‌ଟାଉନ ଥାନା ଅନ୍ତର୍ଗତ କାଶୀପୁର ଗ୍ରାମର ପ୍ରକାଶ କୁମାର ଜେନା ଅକ୍ଟୋବର ୨୨ ତାରିଖରେ ଅପହରଣ କରି ନେଇଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ ପ୍ରକାଶଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲା।

ପରେ ପୁଣି ଜୁନ୍‌ ୨ ତାରିଖରେ ନାବାଳିକାଙ୍କୁ ସମ୍ପୃକ୍ତ ଯୁବକ ଅପହରଣ ‌କରିଥିବା ନେଇ ମା’ ରଂଜିତା ଟାଉନ ଥାନାରେ ଅଭିଯୋଗ କରିଥିଲେ। ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବାରେ ବିଫଳ ହେବାରୁ ଜୁନ୍‌ ୬ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ପରେ ଜୁନ୍‌ ୧୭ ତାରିଖରେ ଏସ୍‌ପି ଅଫିସ୍‌ ସମ୍ମୁଖରେ କିରାସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ ରଂଜିତା। ସେଠାରେ ଉପସ୍ଥିତ ଥିବା ମହିଳା ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ। ଆଜି ହଠାତ୍‌ ଉକ୍ତ ନାବାଳିକା ଆସି କେନ୍ଦୁଝର ଟାଉନ ଥାନାରେ ହାଜର ହୋଇଛନ୍ତି। ତାଙ୍କୁ କେହି ଅପହରଣ କରି ନ ଥିବା ପୁଲିସ ଆଗରେ କହିଛନ୍ତି। ଏ ସମ୍ପର୍କରେ ଟାଉନ ଥାନା ଆଇଆଇସି ପ୍ରମୋଦିନୀ ସାହୁ କହିଛନ୍ତି, ନାବାଳିକାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ କରାଯିବ। ପରେ ସ୍ବଧାରଗୃହରେ ଛଡ଼ାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe