ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର  ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର  ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଦବଡ଼ା ଗ୍ରାମର ଘନଶ୍ୟାମ ଚିନ୍ଦାଙ୍କ ମୃତଦେହ କୋମନା ଥାନା ଘୋଡ଼ାଘାଟ ନଦୀରୁ ଗତ ମାର୍ଚ୍ଚ ୧ ତାରିଖ ଉଦ୍ଧାର କରାଯାଇଥିଲା। ତେବେ ଘନଶ୍ୟାମଙ୍କୁ ଷଡ୍‌ଯନ୍ତ୍ର କରି ହତ୍ୟା କରାଯାଇଥିବା ନେଇ କୋମନା ଥାନାରେ ବାପା ଟେକନ ଚିନ୍ଦା ଅଭିଯୋଗ କରିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକ ନୂଆପଡ଼ା ଏସ୍‌ପି ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗମତେ, ଘନଶ୍ୟାମ ପାଞ୍ଚ ବର୍ଷ ପୂର୍ବେ କୋମନା ଥାନା ରଜନା ଗ୍ରାମର ବିଶ୍ବେଶ୍ବର ଚିନ୍ଦାଙ୍କ ଝିଅକୁ ବିବାହ କରିଥିଲେ।

ଘନଶ୍ୟାମଙ୍କ ସ୍ତ୍ରୀ ଛୋଟ ଛୋଟ କଥାକୁ ନେଇ ବାରମ୍ବାର ବିଷ ଖାଇବେ ବୋଲି ଧମକ ଦେଉଥିଲେ। ଏଥିସହ କୌଣସି କଥାକୁ ନେଇ ଘନଶ୍ୟାମଙ୍କ ଶ୍ବଶୁର ଘର ଲୋକଙ୍କ ସହ ବଚସା ହୋଇଥିଲା। ତେବେ ଗତ ମାର୍ଚ୍ଚ ୧ ତାରିଖ ଘନଶ୍ୟାମଙ୍କ ଶବ ନଦୀରେ ଭାସୁଥିବା ଦେଖି ଗ୍ରାମବାସୀ କୋମନା ଥାନାକୁ ଖବର ଦେଇଥିଲେ। ପୁଲିସ୍ ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ମୃତ ଘନଶ୍ୟାମଙ୍କ ବାପା ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମୋ ପୁଅକୁ ତା’ର ସ୍ତ୍ରୀ ସାବିତ୍ରୀ ଚିନ୍ଦା, ଶଳା ତ୍ରିଲୋଚନ ଚିନ୍ଦା, ଶ୍ବଶୁର ବିଶ୍ବେଶ୍ବର ଚିନ୍ଦା ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe