ମାଟି ତଳୁ ଗଳିତ ଶବ ଉଦ୍ଧାର: ୩ ଗିରଫ

ଯୁବକ ଅପହରଣ ଘଟଣାର ପର୍ଦ୍ଦାଫାସ

ମାଟି ତଳୁ ଗଳିତ ଶବ ଉଦ୍ଧାର: ୩ ଗିରଫ

ଚାନ୍ଦବାଲି/ମତୋ: ମାସେ ପରେ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଅପହରଣ ଯୁବକର ଗଳିତ ଶବ ଉଦ୍ଧାର କରିବା ସହିତ ୩ ଅଭିଯୁକ୍ତକୁ ଗିରଫ କରିଛି।

ଗତ  ଫେବ୍ରୁଆରି ୭ ତାରିଖରୁ  ନୟାଗଡ ଜିଲ୍ଲା ରଣପୁର  ଥାନା ଅଧିନ ନୂଆପଲ୍ଲୀ   ଗୋଡିପୋଖରୀ ଗ୍ରାମର ଯୁବକ ମାନସ  ସ୍ବାଇଁ ଚାନ୍ଦବାଲି ଥାନା ନାଲଗୁଣ୍ତା ପ˚ଚାୟତ ପଳାସପୁର  ଗାଁରେ ଏକ ବାହାଘରରେ  ଫଟୋଚିତ୍ର ଉତ୍ତୋଳନ  କରିବାକୁ  ଆସିଥିଲେ। ମାନସ ଭୁବନେଶ୍ବରରେ େୱବ ଚ୍ୟାନେଲ ମାଲିକଙ୍କ ନିକଟରେ କାମ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ  ସେହି ଦିନ ୫ଜଣ  ଦୁର୍ବୃତ୍ତ ଭୁବନେଶ୍ବରରୁ ଆସି ମାନସକୁ ଚାନ୍ଦବାଲି ଥାନା ନାଲୁଗୁଣ୍ତା ପ˚ଚାୟତ ପଳାସପୁର ଛକ ନିକଟରୁ ଅପହରଣ କରି ନେଇଥିଲେ।

ଏ ନେଇ ମାନସର ପରିବାର ପକ୍ଷରୁ ୧୪ ଫେବ୍ରୁଆରିରେ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା।  ଅଭିଯୋଗ ପାଇବା ପରେ ଚାନ୍ଦବାଲି ଆଇଆଇସି କରୁଣାକର ରାଉତ ତିନୋଟି ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲେ। ଶେଷରେ ବହୁ ଚେଷ୍ଟା ପରେ ଚାନ୍ଦବାଲି ପୁଲିସକୁ ମିଳିଲା ସଫଳତା। ନୟାଗଡ ଜିଲ୍ଲା ରଣପୁର ଥାନା  ରାଜସୁନାଖଳା ଫାଣ୍ତି ଅଧୀନ ବଧିପାଟଣା ନିକଟ ପାହାଡ ନିକଟରୁ ଚାନ୍ଦବାଲି ପୁଲିସ ମାନସ ସ୍ବାଇଁଙ୍କ ଗଳିତ ଶବ ଉଦ୍ଧାର କରିବା ସହିତ ଏହି ହତ୍ୟାକାଣ୍ତରେ ସ˚ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିନେଇ ଚାନ୍ଦବାଲି ଥାନାରେ ୬୩/୨୨ ମୂଳେ ତଦନ୍ତ କରାଯାଇ ଖୁବ୍‌ଶୀଘ୍ର ଏହି ହତ୍ୟାକାଣ୍ତରେ ସ˚ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe