ବାରପାହାଡ଼ ମାଟି ତଳୁ ବାହାରୁଛି ଇତିହାସ : ପୁରାତନ ଖଣ୍ଡା, ଅସ୍ତ୍ରଶସ୍ତ୍ର ଉଦ୍ଧାର

Advertisment
ବାରପାହାଡ଼ ମାଟି ତଳୁ ବାହାରୁଛି ଇତିହାସ : ପୁରାତନ ଖଣ୍ଡା, ଅସ୍ତ୍ରଶସ୍ତ୍ର ଉଦ୍ଧାର

ଅମ୍ବାଭୋନା :  ବୀର ସୁରେନ୍ଦ୍ର ସାଏଙ୍କ ସହିତ ଜଡ଼ିତ ବାରପାହାଡ଼ ସଂପର୍କରେ ଗବେଷଣା ଆଗକୁ ବଢ଼ିନାହିଁ। ଏହି ଐତିହାସିକ ପାହାଡ଼ ସେହି ସମୟର କେତେଯେ ଗୌରବମୟ ଗାଥା ସାଇତି ରଖିଛି, ତାହା ଲୋକଲୋଚନକୁ ଆସିପାରିନାହିଁ।  ବୀର ସୁରେନ୍ଦ୍ର ସାଏଙ୍କ କର୍ମଭୂମି ଭାବେ ପରିଚିତ ବାରପାହାଡ଼ ପାଦ ଦେଶରେ ଥିବା  ଉତ୍ତମ ପଞ୍ଚାୟତ ଲେଥେର ଗ୍ରାମରେ ପୁରାତନ ଖଣ୍ତା ଓ ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ଗାଁର ଖେଳ ପଡ଼ିଆ କରାଯିବା ପାଇଁ ଗ୍ରାମବାସୀ ଏକ ଜେସିବି ଲଗାଇ ମାଟି ଖନନ କରୁଥିଲେ । ଖନନ ବେଳେ ମାଟିତଳୁ ଖଣ୍ତା ଓ ବିଭିନ୍ନ ଅସ୍ତ୍ର ମିଳିଛି । ଖବର ପାଇ ଗ୍ରାମବାସୀ ସମେତ ଆଖପାଖ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି।

ଇତିହାସ କହୁଛି, ଅମ୍ବାଭୋନା ବ୍ଳକ ବାରପାହାଡ଼ ଓ ଡେବ୍ରିଗଡ଼  ଅଞ୍ଚଳରେ ଇଂରେଜ ଶାସନ ଥିବାବେଳେ ଚୌହାନ ବଂଶଧର ଏବଂ ଗୋଁଡ ସମାଜ ପକ୍ଷରୁ ଯୁଦ୍ଧ କରିବା ପାଇଁ  ଖଣ୍ତା ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିଲା। ଏହି ଅସ୍ତ୍ର ଗୁଡ଼ିକ ପରେ ବ୍ୟବହାର  ନହେବାରୁ  ମାଟି ତଳେ ପୋତି ଦେଇଥିବା ଗ୍ରାମବାସୀ କହୁଛନ୍ତି। ବାରପାହାଡ଼ ଓ ଡେବ୍ରିଗଡ଼ ଅଞ୍ଚଳରେ ଗବେଷଣା ଓ ସନ୍ଧାନ ଜାରି ରଖିଲେ ଆହୁରି ପୁରାତନ ଯୁଦ୍ଧ ସାମଗ୍ରୀ ମିଳିପାରିବ ବୋଲି ଗ‌ବେଷକମାନେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe