ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

Advertisment
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବରଗଡ଼/ପଦ୍ମପୁର, ୨ା୪(ଇମିସ): ବରଗଡ଼ ଜିଲ୍ଲାରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ ସକ୍ରିୟ ରହିଛି। ଶନିବାର ସଂଧ୍ୟାରେ ଏସ୍‌ଟିଫ୍‌ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଚୋରା ଚାଲାଣରେ ସଂପୃକ୍ତ ଅଭିଯୁକ୍ତ ମହାଦେବ ମୁଟକିଆକୁ ବରଗଡ଼ ଜିଲ୍ଲା ପଦ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ବିଭାଗୀୟ ସୂଚନା ମୁତାବକ, ଏସ୍‌ଟିଏଫ୍‌ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ଅନ୍ତର୍ଗତ ବିଜାଡିହି ଛକରେ ପହଞ୍ଚିଥିଲା। ସେଠାରେ ପାଇକମାଳ ଥାନା ଗଣ୍ଡପାଲି ଗାଁର ମହାଦେବକୁ ଧରିଥିଲା। ୧୨ କିଲୋ ଓଜନର ବଜ୍ରକାପ୍ତାକୁ ମହାଦେବ ବିକ୍ରି ପାଇଁ ନେଉଥିବା ଜେରା ବେଳେ ଜଣାପଡ଼ିଥିଲା। ତା’ ବିରୋଧରେ ମାମଲା ରୁଜୁ କରି ପୁଲିସ୍‌ କୋର୍ଟ ଚାଲାଣ କରିଛି। ଜବତ ବଜ୍ରକାପ୍ତାକୁ ବରଗଡ଼ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe