ବାଲେଶ୍ବରରୁ ସାଢ଼େ ୫ ଫୁଟ୍‌ର ବିରଳ ‘କ୍ୟାଟ୍‌ ସ୍ନେକ୍‌’ ଉଦ୍ଧାର

Advertisment
ବାଲେଶ୍ବରରୁ ସାଢ଼େ ୫ ଫୁଟ୍‌ର ବିରଳ ‘କ୍ୟାଟ୍‌ ସ୍ନେକ୍‌’ ଉଦ୍ଧାର

ବାଲେଶ୍ବର: ସଦର ବ୍ଲକ୍‌ କୁରୁଡ଼ା ଛଣପୁର ଅଞ୍ଚଳର ସତ୍ୟନାରାୟଣ ମହାନ୍ତିଙ୍କ ବାଡ଼ିରୁ ଏକ ବିରଳ ସାପକୁ ଉଦ୍ଧାର କରାଯାଇଛି। ଯାହାକୁ ‘କ୍ୟାଟ୍‌ ସ୍ନେକ୍‌’ ବୋଲି କୁହାଯାଉଛି। ବାଲେଶ୍ବରରେ ପ୍ରଥମ କରି ଏହି ସାପ ଉଦ୍ଧାର ହୋଇଥିବା କୁହାଯାଉଛି। ସୂଚନା ମୁତାବକ, ଗତକାଲି ସତ୍ୟନାରାୟଣଙ୍କ ପତ୍ନୀ ଗଛର ଡାଳ କାଟିବାକୁ ଯାଇଥିବା ବେଳେ ସାପଟି ଗଛଦେହରେ ଗୁଡ଼େଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ସାପଧରାଳି କାର୍ତ୍ତିକ ସେଠୀଙ୍କୁ ଖବର ଦେଇଥିଲେ।

ଶ୍ରୀ ସେଠୀ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସାପର ଦେହରେ ବିଲେଇ ପରି କଳା ଚିହ୍ନ ରହିଛି। ଏହି ସାପ ପେଟରେ ଦାଢ଼ ପରି ରହିଛି। ଯେକୌଣସି ସ୍ଥାନକୁ ଜାବୁଡ଼ି ଧରି ସହଜରେ ଚଳପ୍ରଚଳ କରିଥାଏ। ଏହା ଅଳ୍ପ ବିଷଧର ବୋଲି ଜଣାଯାଇଛି। ଉଦ୍ଧାର କରାଯାଇଥିବା ସାଢ଼େ ୫ ଫୁଟ୍‌ର ଏହି ସାପକୁ ଆସନ୍ତାକାଲି କୁଲଡ଼ିହାରେ ଛଡ଼ାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe