ThePleasantDream
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନ୍ଏସି ୱାର୍ଡ ନଂ ୮ର ଏକ ଭଡ଼ାଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ବୃଦ୍ଧ ଜଣକ ହେଲେ ସୁନ୍ଦରରାମ ଗଡ଼ା (୭୫ବର୍ଷ)। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଯୋଗେନ୍ଦ୍ର ଧାରୁଆଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ବୃଦ୍ଧ ଜଣକ କଣ୍ଟାବାଞ୍ଜିରେ ଏକ ଭଡ଼ା ଘରେ ରହୁଥିବା ବେଳେ ଏକ ବାଲ୍ଟି କାରଖାନାରେ କାମ କରୁଥିଲେ ବୋଲି ତାଙ୍କ ପଡ଼ୋଶୀ କହିଛନ୍ତି। କଣ୍ଟାବାଞ୍ଜିରେ ତାଙ୍କ କିଛି ପରିଚିତ ଲୋକ ଏବଂ ସମ୍ପର୍କୀୟ ରହୁଥିବା ବେଳେ ସମୟ ସମୟରେ ତାଙ୍କ କଥା ବୁଝୁଥିଲେ। ଗତକାଲି ମଧ୍ୟ ସେ କାମରୁ ଘରକୁ ଆସିଥିବା ବେଳେ ରାତିରେ କୌଣସି କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଜଣାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ବାହାରୁ ଆସିଥିବା ତାଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିଛି।
Follow Us