ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

Advertisment
ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ରାସଗୋବିନ୍ଦପୁର/ମାଣିଦା/ଦାନ୍ତିଆମୁହାଁ/ଚିତ୍ରଡ଼ା: ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତ ମାକୁନ୍ଦ ଜଙ୍ଗଲରେ। ଆଜି ଅପରାହ୍ନରେ କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ସେମାନେ ଗୋଟିଏ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଏକ ଦଉଡ଼ି ଦ୍ବାରା ଝୁଲୁଥିବା ଦେଖିଥିଲେ। ସେମାନଙ୍କ ବେକରେ ଫାଶୀ ଲାଗିଥିଲା। ‌ଏନେଇ ସଂଗେ ସଂଗେ ପୁଲିସକୁ ଖବର ଦିଆଯାଇଥିଲା।

ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଯୁବକ ଜଣକ ଯତୀନ ମହାନ୍ତଙ୍କ ପୁଅ ରାଜେଶ ମହାନ୍ତ ବୋଲି ଜଣାପଡ଼ିଥିବା ବେଳେ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଯତୀନ ଓ ସଂପୃକ୍ତ ଯୁବତୀ ଉଭୟ ଉଭୟଙ୍କୁ ଭଲପାଉଥିଲେ ଏବଂ ବିବାହ କରିବାକୁ ଚାହୁଥିଲେ। ହେଲେ ସେମାନଙ୍କୁ ପାରିବାରିକ ସ୍ବୀକୃତି ନ ମଳିବାରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ କେହି କେହି ଏହାକୁ ହତ୍ୟା ବୋଲି ମଧ୍ୟ କହୁଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏନେଇ ମୋରଡ଼ା ଥାନାରେ ୨୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe