ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ସର୍ପାଘାତରେ ନାବାଳିକା ମୃତ

ଦେବଗଡ଼: ଦେବଗଡ଼ ପୌରାଞ୍ଚଳର ଦୋଳମଣ୍ଡପ ସାହିର ନ୍ୟୁକଲୋନି ନିକଟରୁ ଦେବଗଡ଼ ଥାନା ପୁଲିସ ବୁଧବାର ମହୁଲଢ଼ିପା ସାହିର ଜଗନ୍ନାଥ ନାୟକ(୨୮)ଙ୍କ ମୃତଦେହ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଜଗନ୍ନାଥ ଘରୁ ବାହାରିଥିଲେ। ତେବେ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ତାଙ୍କ ମା’ ଏଣେ ତେଣେ ଖୋଜାଖୋଜି କରିଥିଲେ ବି ପାଇନଥିଲେ। ବୁଧବାର ସକାଳୁ କିଛି ଲୋକ ଦୋଳମଣ୍ଡପ ସାହିର ନ୍ୟୁକଲୋନିର ଏକ ନିଛାଟିଆ ସ୍ଥ‌ାନରେ ଜଣେ ଯୁବକର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଖବରପାଇ ଜଗନ୍ନାଥଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ଦେବଗଡ଼ ଥାନା ପୁଲିସ ପହଞ୍ଚି  ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ଯୁବକଙ୍କ ମୃତଦେହ ନିକଟରେ ଏକ ମଦ ପାଉଚ ପଡ଼ିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe