କୁକୁରକଟା ନଦୀରୁ ଗଳିତ ମୃତଦେହ ଉଦ୍ଧାର

Advertisment
କୁକୁରକଟା ନଦୀରୁ ଗଳିତ ମୃତଦେହ ଉଦ୍ଧାର

Deccan Herald

ଘଟଗାଁ: ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ୨୦ ନମ୍ବର ଜାତୀୟ ରାଜପଥ ଗଦାଧରପୁର ନିକଟସ୍ଥ କୁକୁରୁକୁଟା ନଦୀ ପୋଲ ଠାରୁ ଅନତି ଦୂରରେ ଏକ ଅଚିହ୍ନା ଗଳିତ ଶବ  ପୁଲିସ ଉଦ୍ଧାର କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୦ ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି।   ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଘଟଗାଁ ଥାନା ଅଧିକାରିଣୀ ପ୍ରତିଭା ମଞ୍ଜରୀ ସାହୁ ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତିର ପରିଚୟ ମିଳିନାହିଁ।

ତେବେ ସେ ପାଣିରେ ବୁଡ଼ି ମରିଛି କି ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।  ଦୁଇତିନିଦିନ ହେଲା ଶବଟି ଭାସୁ ଥିବା ଲୋକେ ଦେଖୁଥିଲି ହେଁ  ପୁଲିସ ନିକଟରେ ଖବର ନଥିଲା। ଆଜି ଗ୍ରାମରକ୍ଷୀ ଏ ବିଷୟରେ ପୁଲିସକୁ ଜଣାଇବା ପରେ ପୁଲିସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe