ଲଜ୍‌ରେ ନାବାଳିକା ପ୍ରେମିକା ମୃତ, ପ୍ରେମିକ ଅଟକ, କାରଣ ଅସ୍ପଷ୍ଟ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ବରଗଡ଼: କଲେଜ୍‌ ଯିବା ବାଟରେ କଲେଜ୍‌ ନ ଯାଇ ଲଜ୍‌ରେ ରହିଲେ। କିଛି ସମୟ ଅନ୍ତରଂଗ ମୁହୂର୍ତ୍ତ ବିତାଇବା ବେଳେ ନାବାଳିକା ପ୍ରେମିକାର ମୃତ୍ୟୁ ଘଟିଲା। ଏଭଳି ଏକ ଘଟଣା ଘଟିଛି ବରଗଡ଼ ରେଲୱେ ‌େ‌ଷ୍ଟସନ୍‌ ନିକଟସ୍ଥ ବିଜୟ ହୋଟେଲରେ। ପ୍ରେମିକକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରିଛି। ପୁଲିସ୍‌ ସୂଚନା ମୁତାବକ,  ନାବାଳିକା ଜଣକ କଲେଜ୍‌ରେ ପାଠ ପଢ଼ୁଥିଲେ। ତାଙ୍କ ଘର ଗାଇସିଲାଟ୍‌ ବ୍ଲକ୍‌ ଭେଲୁଆଁପଦର ଅଂଚଳରେ। ଆଜି ସକାଳୁ ସେ ଘରୁ ବାହାରି ଗାଁ ନିକଟସ୍ଥ ବସ୍‌ଷ୍ଟାଣ୍ଡରେ ପହଂଚିଥିଲେ।

ସେଠାରେ ପ୍ରେମିକ ବଲାଂଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଧିଆପାଲି ଗାଁର ରାହୁଲ ବାଗଙ୍କ ସହ ଦେଖା ହୋଇଥିଲା। ଉଭୟେ ବସ୍‌ରେ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡରେ ପହଂଚିଥିଲେ। ଦୁହେଁ ଅଟୋରେ ବିଜୟ ଲଜ୍‌କୁ ଯାଇଥିଲେ। ତେବେ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ପ୍ରେମିକାର ମୃତ୍ୟୁ ଘଟିଛି ବୋଲି ପ୍ରେମିକ ପୁଲିସ ଆଗରେ ସ୍ୱୀକାର କରିଛି। କିନ୍ତୁ ନାବାଳିକାଙ୍କ ମୃତ୍ୟୁକୁ ନେଇ ସେନ୍ଦେହ ସୃଷ୍ଟି ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ପ୍ରେମିକ ରାହୁଲକୁ  ଅଟକ ରଖି  ଜେରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe