କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

Narratively

ସମ୍ବଲପୁର/ଯୁଯୁମୁରା: ଯୁଯୁମୁରା ଥାନା ଥାପାପଡ଼ା କେନାଲ ନିକଟରୁ ରବିବାର ଲିପିଣ୍ଡା ଗ୍ରାମର ଶଙ୍କର ପ୍ରଧାନ (୩୪)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏ ନେଇ ଯୁଯୁମୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ବୁଧବାର ମୃତକଙ୍କ ପରିବାର ଲୋକେ ସମ୍ବଲପୁର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛିନ୍ତି। ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ଦୋଷୀକୁ ଦଣ୍ଡ ଦେବାକୁ ପରିବାର ଲୋକେ ଏସ୍‌ପିଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଯୁଯୁମୁରା ପୁଲିସ ମଧ୍ୟ ବୁଧବାର ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ଶଙ୍କର ଘରୁ ବାହାରି ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରବିବାର ଥାପାପଡ଼ା କେନାଲ ନିକଟରୁ ମୃତଦେହ ଉଦ୍ଧାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe