ଜଳସେଚନ ବିଭାଗ କର୍ମଚାରୀଙ୍କ ଶବ ଉଦ୍ଧାର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବୌଦ୍ଧ: ବୌଦ୍ଧ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଜିଲ୍ଲା ମତ୍ସ୍ୟ ବିଭାଗ ଅଫିସ ନିକଟରୁ ବୁଧବାର ଅପରାହ୍‌ଣରେ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। ନିକଟରେ ବାଇକ ଷ୍ଟାଣ୍ଡ କରାଯାଇଥିବା ବେଳେ ମୃତକଙ୍କ ମୁଣ୍ଡରେ ହେଲମେଟ ଲାଗିଥିଲା। ମୃତକ ରଞ୍ଜିତ ବଗର୍ତ୍ତୀ (୫୫) ଓ ସେ ଜଳସେଚନ ବିଭାଗରେ ଚାକିରି କରୁଥିବା ଜଣାଯାଇଛି।

ସ୍ଥାନୀୟ ଲୋ‌କେ ତାଙ୍କୁ ଉଦ୍ଧାର କରି ‌ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବାରୁ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବୌଦ୍ଧ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe