୫ ଦିନ ପରେ ମିଳିଲା ନିଖୋଜ ବୃଦ୍ଧାଙ୍କ ଶବ  

Advertisment
ସର୍ପାଘାତରେ ନାବାଳିକା ମୃତ

ରିଆମାଳ: ପାଞ୍ଚ ଦିନ ଧରି ନିଖୋଜ ଥିବା ବୃଦ୍ଧାଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥା‌ରେ ମିଳିଥିଲା। ତେବେ ପରିବାର ଲୋକ ପୁଲିସକୁ ନଜଣାଇ ଶବଦାହ କରି ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରିପାଲି ଫାଣ୍ଡି ଅନ୍ତର୍ଗତ ବାଘବର ଗ୍ରାମର ଲୁଚନା ନାୟକ(୭୫) ନିଖୋଜ ଥିଲେ। ନିଖୋଜର ୫ ଦିନ ପରେ ମଙ୍ଗଳବାର ତାଙ୍କ ଶବ ଏକ ଗଛରେ ଝୁଲୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ତେବେ ପୁଲିସକୁ ନଜଣାଇ ପରିବାର ଲୋକ ଗଛରୁ ଶବ ଓହ୍ଲାଇ ଶବଦାହ କରି ଦେଇଥିଲେ। ପରେ ଖବର ପାଇ ପୁଲିସ ତନାଘନା କରୁଛି। ତେବେ ବୁଧବାର ଏକ ପୁଲିସ୍ ଟିମ୍ ଶବଦାହ ହୋଇଥିବା ସ୍ଥାନରୁ ହାଡ଼ ଓ ପାଉଁଶ ସଂଗ୍ରହ କରିଥିବା ଜଣାପଡ଼ିଛି। କୁଣ୍ଢେଇଗୋଳା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe