ରାଜମିସ୍ତ୍ରିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ବଜ୍ରପାତରେ ଜଣେ ମୃତ

The Indian Express

ଚଣ୍ଡିଖୋଲ : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ପଞ୍ଚାୟତ ଦୌଲତପୁର ଗ୍ରାମରେ ଆଜି ଜଣେ ରାଜମିସ୍ତ୍ରିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ରାଜମିସ୍ତ୍ରି କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ଜାନିସାହି ଗ୍ରାମର କିଶୋର ଚନ୍ଦ୍ର ଜେନା(୨୬)। ଗତମାସେ ହେଲା ବଡ଼ମ୍ବା ଅଞ୍ଚଳରୁ ଗୋଟିଏ ପରିବାରର ୮ ଜଣ ସଦସ୍ୟ ଆସି ଦୌଲତପୁର ଗ୍ରାମରେ ଭଡ଼ାଘରେ ରହି ରାଜମିସ୍ତ୍ରି ଭାବେ କାମ କରୁଥିଲେ। ଆଜି ସକାଳେ ସମସ୍ତେ ଦୌଲତପୁର ଗ୍ରାମର ଏକ ଗୃହ ନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେ।

କୌଣସି କାମଥିବା କହି କିଶୋର ବସାଘରକୁ ଚାଲିଆସିଥିଲେ। ସେ ଫେରିବାରେ ବିଳମ୍ବ ହେବାରୁ ତାଙ୍କଦାଦା ଖୋଜିବାକୁ ବସାଘରକୁ ଆସିଥିଲେ। ହେଲେ ସେଠାରେ କିଶୋରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତାଙ୍କଦାଦା ଥାନାରେ ସୂଚନା ଦେବାପରେ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe