ନଦୀରୁ ଯୁବକଙ୍କ ଶବ ଉଦ୍ଧାର, ଶିବରାତ୍ରି ଦେଖିବାକୁ ଯାଇ ନିଖୋଜ ଥିଲେ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ରଜନା ଘୋଡ଼ାଘାଟ ନଦୀ ପାଣିରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତକ ଜଣକ ସିନାପାଲି ଥାନା ଦବଡ଼ା ଗାଁର ଟିକୁନୁ ଚିନ୍ଦାଙ୍କ ପୁଅ ଘନଶ୍ୟାମ ଚିନ୍ଦା (୩୦ବର୍ଷ) ବୋଲି ଜଣାପଡ଼ିଛି। ସୂଚନାମତେ, ଘନଶ୍ୟାମ କୋମନା ଥାନା ରଜନା ଗାଁର ବିଶ୍ବେଶ୍ବର ଚିନ୍ଦାଙ୍କ ଝିଅଙ୍କୁ ବିବାହ କରିଥିଲେ। ଗତ ୧୭ ତାରିଖ ଘନଶ୍ୟାମ ଓ ତାଙ୍କ ପତ୍ନୀ ଶ୍ବରୁର ଘରକୁ ଶିବରାତ୍ରି ମେଳା ଦେଖିବାକୁ ଆସିଥିଲେ। ପରଦନ ଗାଁକୁ ଯିବା ପାଇଁ ଗାଡ଼ି ଯୋଗାଡ଼ କରିବାକୁ ଯାଉଛି କହି ଶ୍ବଶୁର ଘରୁ ବାହାରିଥିଲେ।

ହେଲେ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ। ବହୁ ଦିନ ପରେ ବୁଧବାର ଘୋଡ଼ାଘାଟ ନଦୀ ପାଣିରେ ଏକ ମୃତଦେହ ଭାସୁଥିବା ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। କୋମନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହଯୋଗ​ରେ ଶବ ଉଦ୍ଧାର କରିଥିଲା। ଶବ ଚିହ୍ନଟ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅନ୍ୟପକ୍ଷରେ କୋମନା ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe