Encyclopedia Britannica
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଗଇଲଗୁଡ଼ି ଜଙ୍ଗଲରୁ ସୋମବାର ଏକ ହରିଣର ମୃତଦେହ ବନ ବିଭାଗ ଜବତ କରିଛି। ସୂଚନା ଅନୁସାରେ ଉଲୁଣ୍ଡା ରେଞ୍ଜର ସଂଜୀବ ରାଉତଙ୍କ ନିର୍ଦ୍ଦେଶରେ ଯାଲୋଏ ବନପାଳ ଜଗବନ୍ଧୁ ବାରିକଙ୍କ ସମେତ ବନ ବିଭାଗ ଖବର ପାଇ ଗଇଲଗୁଡ଼ି ଜଙ୍ଗଲରୁ ମୃତ ହରିଣର ଶବକୁ ଉଦ୍ଧାର କରିଥିଲେ। ବନ ବିଭାଗ କହିବା ଅନୁସାରେ, ହରିଣଟି ନିକଟରେ ଥିବା ନାଳକୁ ପାଣି ପିଇବା ପାଇଁ ଯାଇଥିଲା। ହେଲେ ସେଠାରେ ଥିବା ଲହରେ ଛନ୍ଦି ତାର ଶିଙ୍ଗଟି ଫସି ଯାଇଥିଲା।
ମୁକୁଳି ନ ପାରି ହରିଣଟି ମରିଯାଇଥିଲା। ଉଲୁଣ୍ଡା ପ୍ରାଣୀ ଚିକତ୍ସା ଅଧିକାରୀ ଘଟଣାସ୍ଥଳକୁ ଯାଇ ମୃତ୍ୟୁ ହୋଇଥିବା ହରିଣର ଶବ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋତି ଦିଆଯାଇଥିଲା। ତେବେ ହରିଣଟିକୁ କିଛି ଶିକାରୀ ଫାଶ ବସେଇ ମାରି ଦେଇଥିବା ଲୋକ ଚର୍ଚ୍ଚା କରୁଛନ୍ତି।
Follow Us