ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁସନ୍ଧାନ ସମ୍ମିଳନୀ: ୧୮୦ଜଣ ଗବେଷକ ଯୋଗଦେଲେ

Advertisment
ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁସନ୍ଧାନ ସମ୍ମିଳନୀ: ୧୮୦ଜଣ ଗବେଷକ ଯୋଗଦେଲେ

ବାଲେଶ୍ବର : ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟରେ ରିସର୍ଚ୍ଚ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୮୦ ଜଣ ଗବେଷକ ଓ ଗବେଷିକା ନିଜ ଗବେଷଣା ନିବନ୍ଧର ସାରାଂଶକୁ ପଞ୍ଜୀକରଣ କରିଥିଲେ। ତନ୍ମଧ୍ୟରୁ ୧୧୦ ଜଣଙ୍କର ସାରାଂଶକୁ ପୋଷ୍ଟର ଉପସ୍ଥାପନ ନିମନ୍ତେ ଅନୁମତି ଦିଆଯାଇଥିଲା।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମାବେଶକୁ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଫକୀରମୋହନ ମେଡିକାଲ କଲେଜର ଡିନ୍‌ ପ୍ରଫେସର ଡା.ରାମଚନ୍ଦ୍ର ଗିରି ଗବେଷଣାଲବ୍ଧ ତଥ୍ୟକୁ ଜନମଙ୍ଗଳ କାମରେ ବ୍ୟବହାର କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ଆରଏଣ୍ଡ୍‌ଡିର ନିର୍ଦ୍ଦେଶକ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ଗବେଷଣା ସମ୍ମିଳନୀର ସଂଯୋଜକ ଡ.ନିହାର ରଞ୍ଜନ ରାଉତ, ଡ.ସନ୍ତୋଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟର ସହବନ୍ଧିତ ମହାବିଦ୍ୟାଳୟରୁ ଜଣେ ଲେଖାଏଁ ବିଷୟ ବିଶେଷଜ୍ଞ ପରୀକ୍ଷକ ଭାବେ ଯୋଗ ଦେଇ ଗବେଷକମାନଙ୍କ ନିବନ୍ଧର ମୂଲ୍ୟାୟନ କରିଥିଲେ। ପ୍ରାରମ୍ଭରେ ସଂଯୋଜକ ଡ.ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହିତ ରିସର୍ଚ୍ଚ କନକ୍ଲେଭ୍‌ର ପ୍ରାସଙ୍ଗିକତା ସଂପର୍କରେ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe