କେଏମବିବି କଲେଜକୁ ମିଳିଲା ଗବେଷଣା ପାଇଁ ଅନୁଦାନ

Advertisment
ନିଯୁକ୍ତି ମେଳାରେ କେଏମ୍‌ବିବି ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ସମ୍ୱାଦ ଓ ଆମ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପ୍ରତିଷ୍ଠିତ କେଏମବିବି କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏକ ସମ୍ମାନଜନକ ଅନୁଦାନ ପାଇଁ ମନୋନୀତ ହୋଇଛି। ନ୍ୟାସନାଲ ଟେକ୍ନିକାଲ୍ ଟେକ୍ସଟାଇଲ୍ ମିଶନ୍ (ଏନଟିଟଏମ୍) ଦ୍ୱାରା ଏହି ଅନୁଦାନ ଭାରତରେ ବୈଷୟିକ ତନ୍ତୁ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଏନଆଇଟି ପୁଡୁଚେରୀର ପ୍ରଫେସର ଭି ଆର ଏସ୍ ମାଡାପ୍ପାଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀ ଦଳ ବିଟସ ପିଲାନିର ପ୍ରଫେସର ଶ୍ୟାମଶର ସିଂ ଏବଂ କେଏମବିବିର ପ୍ରଫେସର ଧନଦା ମିଶ୍ର, ନିର୍ଦ୍ଦେଶକ (ଏକାଡେମିକ୍ସ)କୁ ନେଇ ଗଠିତ। ପ୍ରଫେସର ଧନଦା ମିଶ୍ର ବର୍ତ୍ତମାନ ସେବାଟିକାଲ ଛୁଟିରେ ହଂକଂରେ କାର୍ଯ୍ୟରତ ଅଛନ୍ତି।

publive-image

'ଉଚ୍ଚ ଚାପ ବିରୋଧୀ ନିର୍ମାଣ ପାଇଁ ପଲିଏଥିଲିନ ତନ୍ତୁ ସମ୍ବଳିତ ଇଞ୍ଜିନିୟର୍ଡ ସିମେଣ୍ଟ କମ୍ପୋଜିଟ୍ସ (ପିଇଇସିସି)' ନାମକ ଏହି ଅନୁସନ୍ଧାନ ପ୍ରକଳ୍ପ ଦେଶରେ ଉନ୍ନତ ପଲିଏଥିଲିନ ଫାଇବର ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଫାଇବରର ଏକ ପ୍ରମୁଖ ପ୍ରୟୋଗ ହେଉଛି ସିମେଣ୍ଟ କମ୍ପୋଜିଟ୍ଗ ଯାହା ଭୂକମ୍ପ-ପ୍ରତିରୋଧକ ନିର୍ମାଣରେ ଅତ୍ୟନ୍ତ ଉପଯୋଗୀ। ଏହିପରି ଇଞ୍ଜିନିୟରିଂ ସିମେଣ୍ଟ କମ୍ପୋଜିଟ୍ କିମ୍ବା ଇସିସିରେ ଗବେଷଣା ଆମେରିକା, ଚୀନ୍ ଏବଂ ଜାପାନ ପରି ଦେଶ ତୁଳନାରେ ଭାରତରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଗବେଷଣାର ପ୍ରସ୍ତାବ ଭୂକମ୍ପ-ପ୍ରତିରୋଧକ ନିର୍ମାଣ କ୍ଷେତ୍ରରେ ପ୍ରୟୋଗଗୁଡ଼ିକ ଚିହ୍ନଟ ଓ ପ୍ରମାଣିତ କରି ବର୍ତମାନ ବହୁ ଅଧିକ ମୂଲ୍ୟ ରେ ଆମଦାନି ହେଉଥିବା ଫାଇବରର ମୂଲ୍ୟ ହ୍ରାସ କରିବାକୁ ସ୍ଥାନୀୟ ଉତ୍ପାଦନକୁ ଉତ୍ସାହିତ କରିବା। ଅନୁସନ୍ଧାନ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ଇସିସିର ଡିଜାଇନ୍ ଏବଂ ପରୀକ୍ଷା କେଏମବିବି କଲେଜରେ କରାଯିବ। ଏହି ପ୍ରକଳ୍ପ ୩ ବର୍ଷ ପାଇଁ ଗୃହୀତ ହୋଇଛି ଏବଂ ଏଥିରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସମ୍ବଦ ଆମ ଓଡ଼ିଶା ଟ୍ରଷ୍ଟର ଚେୟାରମ୍ୟାନ୍ ସୌମ୍ୟରଂଜନ ପଟ୍ଟନାୟକ ଏହି ସଫଳତା ପାଇଁ ଗବେଷଣାକାରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe