୨୭% ଆରକ୍ଷଣ ପାଇଁ ପଛୁଆ ବର୍ଗଙ୍କ ଦାବି

Advertisment
୨୭% ଆରକ୍ଷଣ ପାଇଁ ପଛୁଆ ବର୍ଗଙ୍କ ଦାବି

photo by : Clipartix

କଟକ : ପଛୁଆବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ କଟକଠାରେ ଅନୁଷ୍ଠିତ ପଛୁଆବର୍ଗର ପ୍ରତିନିଧିମାନଙ୍କ ବୈଠକରେ ଦାବି କରାଯାଇଛି।

ବୈଠକରେ ରାଜ୍ୟ ପଛୁଆ ବର୍ଗର ସଭାପତି କୃଷ୍ଣଚନ୍ଦ୍ର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ନିକଟ ଅତୀତରେ ହାଇକୋର୍ଟ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗମାନଙ୍କୁ ୨୭% ଆରକ୍ଷଣ ଦିଆନଯାଇ ୧୧.୨୫% ଦିଆଯିବ ବୋଲି ରାୟ ଦିଆଯାଇଥିବାରୁ ଏହା ଉପରେ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମୋଟ ଆରକ୍ଷଣ ୫୦%ରୁ ଅଧିକ ହେବନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଓ ଓଡ଼ିଶାରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିମାନଙ୍କୁ ୩୮.୭୫% ଆରକ୍ଷଣ ଶିକ୍ଷା, ସରକାରୀ ଚାକିରୀରେ ଦିଆଯାଉଥିବାରୁ ପଛୁଆ ବର୍ଗମାନଙ୍କୁ କେବଳ ୧୧.୨୫% ଦିଆଯାଇପାରିବ ବୋଲି ରାଜ୍ୟ ସରକାର ଓ ଅଦାଲତ ରାୟ ଦେଇଛନ୍ତି। ଓଡ଼ିଶାରେ ପଛୁଆବର୍ଗମାନଙ୍କ ସଂଖ୍ୟା ୫୪% ହୋଇଥିଲାବେଳେ ସେମାନଙ୍କୁ ମାତ୍ର ୧୧.୨୫% ଆରକ୍ଷଣ ମିଳୁଛି । ଏହା ବିରୁଦ୍ଧରେ ପୁଣି ଅଦାଲତ ଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକରେ ଯାଦବ ସମାଜର ଶ୍ରୀଧର ଦାସ, ଅର୍ଜୁନ ମହାକୁଡ, ତୈଳିକ ବୈଶ୍ୟ ସମାଜର ଡଃ ଉତ୍ତମ ଚ଼ରଣ ସାହୁ ଓ ସରୋଜ କୁମାର ସାହୁ, ବଣିଆ ସମାଜର ସଂଜୟ ମହାରଣା, ଶ୍ୟାମସୁନ୍ଦର ଦାସ, ମଧୁ ବୈଶ୍ୟ ସମାଜର ଦେବେନ୍ଦ୍ର ସାହୁ, ଆଡଭୋକେଟ ପ୍ରଶାନ୍ତ କୁମାର ସାହୁ, କାଚରା ସମାଜର ମହେନ୍ଦ୍ର କୁମାର କାୟସ୍ତ ତଥା ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe