ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସଂରକ୍ଷଣ ବ୍ୟବସ୍ଥା ବଦଳିଲା

Advertisment
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସଂରକ୍ଷଣ ବ୍ୟବସ୍ଥା ବଦଳିଲା

photo by : Telegraph India

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ଶିକ୍ଷା ବର୍ଷରୁ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏଥିରେ ନାମଲେଖା ସମୟରେ ୪୦%ରୁ ଅଧିକ ଭିନ୍ନକ୍ଷମ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ୫% ସିଟ୍‌ ସଂରକ୍ଷଣ ରହିବ। ସେହିପରି ପୂର୍ବତନ ସରକାରୀ କର୍ମଚାରୀ, ସାମରିକ ବାହିନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସହିଦଙ୍କ ପିଲାଙ୍କ ପାଇଁ ୧% ସଂରକ୍ଷଣ ରହିବ। +୨ ବା ଏହା ସମତୁଲ୍ୟ ପାଠ୍ୟକ୍ରମରେ ନାମ ଲେଖା ସମୟରେ ଏନ୍‌ସିସିରେ ବି ସାର୍ଟିଫିକେଟ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୫% ମାର୍କ ଅଧିକ ମିଳିବ, ସର୍ବଭାରତୀୟ ଏନ୍‌ସିସି କ୍ୟାମ୍ପ/ସୈନିକ ସ୍କୁଲ/ କେନ୍ଦ୍ରୀୟ ସ୍କୁଲର ଛାତ୍ରଛାତ୍ରୀଙ୍କୁ ୩% ମାର୍କ ମିଳିବ। ଏନ୍‌ଏସ୍‌ଏସ୍‌ରେ ଯେଉଁମାନେ ରାଜ୍ୟକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବେ ସେମାନଙ୍କୁ ୫% ମାର୍କ ଅଧିକ ମିଳିବ, ରାଜ୍ୟସ୍ତରୀୟ କ୍ୟାମ୍ପରେ ସାମିଲ୍‌ ହୋଇଥିଲେ ୩% ମାର୍କ, ବିଶ୍ୱବିଦ୍ୟାଳୟ ସ୍ତରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ସମ୍ମାନ ପାଇଥିଲେ ୨% ମାର୍କ ନାମଲେଖା ସମୟରେ ମିଳିବ। ରୋଭର/ରେଞ୍ଜରଙ୍କ ପାଇଁ ବି ସର୍ବଭାରତୀୟ କ୍ୟାମ୍ପରେ ସାମିଲ୍‌ ହୋଇଥିଲେ ୫% ମାର୍କ, ରାଜ୍ୟପାଳ, ରାଜ୍ୟ ସଂଘର ସଭାପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ୨% ମାର୍କ ପାଇବେ। ଏହି ସବୁ ସଂରକ୍ଷଣ +୨,+୩ ପାଠ୍ୟକ୍ରମ ବା ବିଶ୍ୱବିଦ୍ୟାଳୟ ସ୍ତରରେ ନାମଲେଖାଇବାବେଳେ ବିଚାରକୁ ନିଆଯିବ।

ଚଳିତବର୍ଷ ବାହାର ରାଜ୍ୟରେ ରହୁଥିବା ଓଡ଼ିଆଙ୍କୁ ଓଡ଼ିଶାରେ ପଢ଼ିବା ପାଇଁ ଅଣସଂରକ୍ଷିତ ବର୍ଗରେ ସାମିଲ୍‌ କରାଯାଇଛି। ପୂର୍ବରୁ ଯେଉଁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଥିଲା ତାହା ପୂର୍ବ ପରି ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe