ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ବ୍ୟବସ୍ଥା

Advertisment

ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ

ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ବ୍ୟବସ୍ଥା

ବୌଦ୍ଧ : ସରକାରୀ ସ୍କୁଲ୍‌ରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଇଂଜିନିୟରିଂ, ମେଡିକାଲ୍‌ ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ସୋମବାର କ୍ୟାବିନେଟ୍‌ରେ ଘୋଷଣା କରାଯିବା ପରେ ବୌଦ୍ଧ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଯୋଗୀନ୍ଦ୍ର ଦେବ ହାଇସ୍କୁଲରେ ଏନେଇ ଏକ ସଭା ହୋଇଛି। ସଭାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି। ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗଦେଇ ସରକାରଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ଶ୍ରୀ ଅମାତ ବୋଲି କହିଥିଲେ। ଆଜିର ପ୍ରତିଯୋଗିତା ଯୁଗରେ ସରକାରୀ ସ୍କୁଲ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଉଚିତ ସୁବିଧା ସୁଯୋଗ ଦିଆନଗଲେ ସେମାନେ ଅନ୍ୟମାନଙ୍କ ସମକକ୍ଷ ହୋଇପାରିବେ ନାହିଁ। ତେଣୁ ସରକାରଙ୍କ ଏହି ଘୋଷଣା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅଖିଳ ଚାନ୍ଦ ମହାପାତ୍ର, ବୌଦ୍ଧ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା, ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟଙ୍କଧର ସାହୁ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ଦାସ, ଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ପ୍ରମୁଖ ଯୋଗଦେଇ ସରକାରଙ୍କ ଘୋଷଣାକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe