ରିଜର୍ଭ ପୁଲିସରେ ଅଘଟଣ ନେଇ ଚର୍ଚ୍ଚା: ହାବିଲଦାର ବିଷ ପିଇ ଗୁରୁତର

Advertisment
ରିଜର୍ଭ ପୁଲିସରେ ଅଘଟଣ ନେଇ ଚର୍ଚ୍ଚା: ହାବିଲଦାର ବିଷ ପିଇ ଗୁରୁତର

ଭଦ୍ରକ: ଭଦ୍ରକ ରିଜର୍ଭ ପୁଲିସ ରେ କାର୍ଯ୍ୟରତ ଜଣେ ହାବିଲଦାର ବିଷ ପିଇ  ଗୁରୁତର ହେବାରୁ ତାଙ୍କୁ ସୋମବାର ଭଦ୍ରକ ମୁଖ୍ୟ ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ   ଡାକ୍ତରଖାନକୁ ସ୍ଥାନାନ୍ତର କରାଯିବା ଘଟଣା ଏବେ ଚର୍ଚ୍ଚାକୁ  ଆସିଛି। ପୁଲିସ ବିଭାଗରେ ଏହି କର୍ମଚାରୀ ଜଣଙ୍କ କାହିଁକି ଓ କେଉଁ ପରିସ୍ଥିତିରେ ବିଷ ଖାଇ ଗୁରୁତର ହେଲେ ସେ ସମ୍ପର୍କରେ ଭଦ୍ରକ ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଲେ କାହିଁକି ସେ ବିଷ ଖାଇଲେ ସେ ବିଷୟରେ କିଛି କହି ପାରିବି ନାହିଁ।

ପ୍ରକାଶ  ଥାଉକି, ଭଦ୍ରକର  ରିଜର୍ଭ ପୁଲିସରେ ବୈକୁଣ୍ଠ ଦାସ୍ ନାମକ ଜଣେ ହାବିଲଦାର କାର୍ଯ୍ୟ କରୁଥିବା ବେଳେ ସେ ତାଙ୍କର ଫାମିଲି ଧରି ଭଦ୍ରକର କୁଆଁସ ସ୍ଥିତ ପୁଲିସ କ୍ୱାର୍ଟର୍ସରେ ରହୁଥିଲେ। ଏଠାରେ ରହିବା ବେଳେ ତାଙ୍କ ପରିବାର ସହ ଅନ୍ୟ ଜଣେ ପୁଲିସ କର୍ମଚାରୀଙ୍କ ସହ ଝଗଡ଼ା ହୋଇଥିଲା। ପରେ ଉଭୟ ପକ୍ଷ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଉଭୟ ପକ୍ଷଙ୍କର ମଧ୍ୟରେ ଆପୋଷ ସମାଧାନ ହୋଇଥିବାନେଇ ଥାନା ଅଧିକାରୀ ସମ୍ବାଦକୁ କହିଛନ୍ତି। ତେବେ ଆଜି କେଉଁ କାରଣରୁ ହାବିଲଦାର ବୈକୁଣ୍ଠ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ ବିଭାଗରେ ଏଭଳି ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଚାଲିଛି। ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷାକରିବାକୁ ରହିଥିବା ବେଳେ ପୁଲିସ ବିଭାଗରେ ଏଭଳି ଘଟଣା ଘଟିବା ପଛରେ ରହସ୍ୟ କ’ଣ ରହିପାରେ ବୋଲି ସବୁଠି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe