୩ ମେଡିକାଲ କଲେଜରେ ଲାଗୁ ହେଲା ସଂରକ୍ଷଣ ବ୍ୟବସ୍ଥା

Advertisment
୩ ମେଡିକାଲ କଲେଜରେ ଲାଗୁ ହେଲା ସଂରକ୍ଷଣ ବ୍ୟବସ୍ଥା

The Economic Times

ଭୁବନେଶ୍ବର: ୨୦୧୯-୨୦ ବର୍ଷରେ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଆଜି ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ ପକ୍ଷରୁ ‌ବୁର୍ଲା, କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ସିଟ୍‌ରେ ବୃଦ୍ଧି କରାଯାଇଥିଲା। ଆଜି ଏହି ୩ଟି ମେଡିକାଲ କଲେଜରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

ତେବେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଜେଇଇ ନାମ‌ଲେଖା ତଥା କାଉନ୍‌ସେଲିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏବେ ପଞ୍ଜୀକରଣ ବ୍ୟବସ୍ଥା ଜାରି ରହିଛି। ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗରେ ଥିବା ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିବା ସମୟରେ ews ବର୍ଗରେ ଏ ସଂପର୍କରେ ସୂଚନା ଦେବାକୁ ଓଜେଇଇ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଆବେଦନ କରିଛନ୍ତି ଓ ଏବେ ews ବର୍ଗରେ ଆସିବାକୁ ଚାହୁଁଛନ୍ତି ସେମାନେ ଏଡିଟ୍ ଅପସନ୍‌କୁ ଯାଇ ଏହାକୁ ଦାଖଲ କରିପାରି‌ବେ। ସୂଚନା ଅନୁଯାୟୀ ବୁର୍ଲା ମେଡିକାଲ କଲେଜରେ ୫୦ ସିଟ୍ ବୃଦ୍ଧି ପାଇ ୨୦୦ରେ ପହଞ୍ଚିଥିବା ବେଳେ କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ୨୫ ଲେଖାଏଁ ସିଟ୍‌ ବୃଦ୍ଧି ହୋଇ ସଂଖ୍ୟା ୧୨୫ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe