ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୫୬ ଫୁଟ୍: ୩୪ଟି ଗେଟ୍ ଖୋଲା

Advertisment
ହୀରାକୁଦ ଜଳଭଣ୍ଡାରରୁ ପୁଣି ଖୋଲିଲା ୩ଟି ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

The New Indian Express

ସମ୍ବଲପୁର: ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ସୂଚନା ଅନୁଯାୟୀ, ରବିବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୫୬ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୫ ଲକ୍ଷ ୪୧ ହଜାର ୯୮୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ୫, ୬୧,୦୫୪ କ୍ୟୁସେକ ନିଷ୍କାସିତ ହେଉଥିଲା। ଖଇରମାଲଠାରେ ୯ ଲକ୍ଷ ୧୦ ହଜାର କ୍ୟୁସେକ, ବାରମୂଳଠାରେ ୯ ଲକ୍ଷ ୮ହଜାର ୯୮୮ କ୍ୟୁସେକ ଓ ମୁଣ୍ଡୁଳୀଠାରେ ୫ ଲକ୍ଷ ୩୭ ହଜାର ୦୮୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ସର୍ବ ମୋଟ ୩୪ଟି ଗେଟ୍ ଖୋଲାଯାଇଥିବା ବେଳେ ଜଳ ପ୍ରବେଶ ମାତ୍ରା ଆହୁରି ବଢ଼ିବା ଆଶଙ୍କା ରହିଛି। ଏଣେ ମହାନଦୀ ବନ୍ୟାଜଳ ଆଜି ମୁଣ୍ଡଳୀ ଅତିକ୍ରମ କରିବ ବୋଲି ଜଣାଯାଇଛି।
ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଧୀରେ ଧୀରେ ମହାନଦୀ ଭୀଷଣ ରୂପ ନେଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ରହିଥିବା କାରଣରୁ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ। ଗତକାଲି ହୀରାକୁଦରୁ ପର୍ଯ୍ୟାୟକ୍ରମେ ୩୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି ଓ ଆଜି ସକାଳେ ମୁଣ୍ଡଳୀ ଦେଇ ୫ ଲକ୍ଷ ୩୭ ହଜାର ୦୮୬ ଜଳ ପ୍ରବାହିତ ହେଉଛି। ସୋମବାର ଏହା ୮ଲକ୍ଷ କ୍ୟୁସେକ୍ ଛୁଇଁପାରେ। ଏଣୁ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଜଳସଂପଦ ବିଭାଗର ଅଧିକାରୀମାନେ କହିଛନ୍ତି। ଏଣେ ରାଜ୍ୟରେ ବନ୍ୟାା ସ୍ଥିତି ନେଇ ଆଜି ସାଢ଼େ ୧୧ଟା ବେଳେ ସ୍ବତନ୍ତ୍ର ରିଲିଫ୍ କମିସନର୍  ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe