୪୪ ଡିଗ୍ରୀ ଗରମରେ ଆଉଟୁ ପାଉଟୁ ଜିଲ୍ଲାବାସୀ

Advertisment
୪୪ ଡିଗ୍ରୀ ଗରମରେ ଆଉଟୁ ପାଉଟୁ ଜିଲ୍ଲାବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏବେ ତତଲା କଢେଇରେ ସିଜୁଛି। ପ୍ରବଳ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି।ଗତ କିଛି ଦିନ ତଳେ କୋହଲା ପାଗକୁ ପାରଦ ୨୫ ଡିଗ୍ରୀ ପର୍ଯ୍ୟନ୍ତ ଖସି ଥିବାରୁ ଲୋକେ ଟିକେ ଆଶ୍ବସ୍ତି ଲାଭ କରିଥିଲେ।କିନ୍ତୁ ପୁଣି ଗରମ ବଢିବାରୁ ଲୋକେ ଏବେ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଛି।ଆଜି ପାରଦ ୪୪ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା।ପ୍ରତିଦନ ପାରଦ ୨ରୁ ୩ ଡିଗ୍ରୀ ବଢୁଛି ସିନା କମିବାର ନାମ ନେଉ ନାହିଁ।

ଲୋକେ ଘରୁ ପଦାକୁ ବାହାରିବାକୁ ଡରିଲେଣି।କିନ୍ତୁ ଅତି ଜରୁରୀ କାମ ଥିଲେ ବାଧ୍ୟ ହୋଇ ମୁଣ୍ଡରେ କପଡା ଘୋଡାଇ ବାହାରୁ ଥିବା ଦେଖିବାକୁ ମିଳିଛି।ଲୋକେ ଥଣ୍ଡା ପାନୀୟ ପିଇବାକୁ ଭଲ ପାଉଥିବା ଦେଖିବାକୁ ମିଳିଛି।ପ୍ରଚଣ୍ଡ ଖରାରେ ଜିଲ୍ଲାର ପାହାଡିଆ ନଦୀ ଓ ବନ୍ଧଗୁଡିକ ସୁଖିଗଲାଣି।ଲୋକେ ବନ୍ଧରେ ମାଛ ଚାଷ କରିଥିବା ବେଳେ ପାଣି ନଥିବାରୁ ସେସବୁ ମରିଯାଇଥିବା ଜଣାପଡିଛି।ମାଛ ଚାଷୀ ବହୁ କ୍ଷତି ସହିଥିବା ଜଣାପଡିଛି।

ରବି ଫସଲରେ ମଧ୍ୟ ଚାଷୀଙ୍କୁ ପ୍ରଚଣ ଗରମ ଦାଉ ସାଧିଛି।ଗୋଟିଏ ପଟେ ପାଣିର ଘୋର ଅଭାବକୁ ପ୍ରବଳ ଗରମ ଯୋଗୁଁ ଚାଷୀ ଜମିରେ କାମ କରିପାରୁ ନାହାନ୍ତି।ଦିନ ଦ୍ବିପହରରେ ଅତିସୟ ଗରମ ଅନୁଭବ ହେଉଛି। ଘରର କାନ୍ଥଗୁଡିକ ଗରମ ହୋଇଯାଉଥିବା ଦେଖିବାକୁ ମିଳିଛି। ଆହୁରି କିଛି ଦିନ ଏଭଳି ସ୍ଥିତି ରହିବ ବୋଲି କୁହାଯାଇଛି।ତେବେ କାଁ ଭାଁ ସ୍ଥାନରେ ଜଳଛତ୍ର ରହିଥିବା ବେଳେ ପ୍ରଶାସନ ତରଫରୁ ସମସ୍ତ ଛକମାନଙ୍କରେ ଜଳଛତ୍ର ଖୋଲିବାକୁ ଦାବି ହୋଇଛି। ଅତି ଜରୁରୀ କାମ ନଥିଲେ ଘରୁ ପଦାକୁ ନବାହାରିବାକୁ ପ୍ରଶାସନ ତାଗିଦ କରିଛି।ବିଶେଷକରି ଗରିବ ଲୋକେ ବହୁ ହଇରାଣ ହେଉଥିବା ପରିଲକ୍ଷିତ ହୋଇଛି।

ଘରେ ଫ୍ୟାନ ନଥିବା ବେଳେ ଗଛ ମୂଳରେ ଆଶ୍ରୟ ନେଉଛନ୍ତି।ଗାଁ ଗହଳିର ଅବସ୍ଥା ନ କହିବା ଭଲ। ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏବେ ଗରମରେ ସିଝିଗଲେଣି। ତେବେ ସେମାନଙ୍କର ଅଭ୍ୟାସ ହୋଇଥିବା କହନ୍ତି। ଗରମ ଯୋଗୁଁ ପଇଡ,ଥଣ୍ଡା ପାନୀୟ,ମିଶ୍ରି ପାଣିର ଚାହିଦା ବଢିବାରେ ଲାଗିଛି।ରାତିରେ ବି ଗରମ କମୁନଥିବାରୁ ଲୋକେ ଶୋଇପାରୁ ନାହାନ୍ତି। ଗରମ ଓ ମଶା ଲୋକଙ୍କ ସମସ୍ୟା ବଢାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe