Residents of cyclone-affected areas should not panic, relief funds will be available soon: Revenue Minister Photograph: (sambad.in)
ଭୁବନେଶ୍ବର: ଗୁରୁବାରଠାରୁ ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ବିଭିନ୍ନ ଅଞ୍ଚଳରେ ଆଜି ବର୍ଷାର ସମ୍ଭାବନା ଅଛି । ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
କିଛି ଅଞ୍ଚଳରେ ଘର ଭାଙ୍ଗିଛି। ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ।
ଆହୁରି ପଢ଼ନ୍ତୁ:To make campus drug-free: ପ୍ରତି କ୍ୟାମ୍ପସ୍ରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର: ଉଚ୍ଚଶିକ୍ଷା ମନ୍ତ୍ରୀ
ପଥର ଖସିବାରେ ଗଜପତି ସମ୍ବେଦନଶୀଳ ଜିଲ୍ଲା
ଭୂସ୍ଖଳନ ଗୋଟେ ବଡ଼ ସମସ୍ୟା ହୋଇ ଉଭା ହେଲାଣି। ପାହାଡ଼ ଭଳି ପଥର ଖସୁଛି। ପ୍ରାକୃତିକ ବିପର୍ଯୟ ଲାଗି ପଥର ଖସୁଥିବା ମନ୍ତ୍ରୀ କହିଛନ୍ତି। ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା।
ଆହୁରି ପଢ଼ନ୍ତୁ:Laxmi bus overturned: ଲକ୍ଷ୍ମୀ ବସ୍ ଭାରସାମ୍ୟ ହରାଇ ଓଲଟିଲା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Follow Us