ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ବିଜେଡି

ତତ୍କାଳୀନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଆକ୍ଷେପ କରିଛି ବିଜେଡି।

fshfhsshf

ନବରଙ୍ଗପୁର: ତତ୍କାଳୀନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଆକ୍ଷେପ କରିଛି ବିଜେଡି। ନବରଙ୍ଗପୁରରେ ସମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀଙ୍କୁ ସିବିଆଇ ପକ୍ଷଭୁକ୍ତ କରୁ ଏବଂ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଦାବି କରିଛନ୍ତି। ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଟେଣ୍ଡର ନିମନ୍ତେ କ୍ୟା‌ବିନେଟ୍‌ ମଞ୍ଜୁରି ଆବଶ୍ୟକ। ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌କୁ ୩୭କୋଟି ଟଙ୍କାର ଠିକା କାମ ମିଳିବା ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ ବିନା ଅସମ୍ଭବ। ଯଦି ବିଭାଗୀୟ ପ୍ରମୁଖ ସଚିବଙ୍କୁ ସିବିଆଇ ସମନ କରୁଛି, ବିଭାଗର ମୁଖିଆ ଭାବେ ମନ୍ତ୍ରୀ କେମିତି ଏଥିରୁ ବାଦ୍‌ ପଡ଼ିବେ ବୋଲି ବିଜେଡି ପ୍ରଶ୍ନ କରିଛି। ମନ୍ତ୍ରୀଙ୍କ ବିନା ଅନୁମୋଦନରେ ୱାପକସ୍‌କୁ ୧୭୮କୋଟି, ଏନ୍‌ବିସିସିକୁ ୪୧କୋଟି, ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍‌କୁ ୩୭ ଏବଂ ସିଏଲ୍‌କୁ ୧୦୩ କୋଟି ଟଙ୍କାର କାର୍ଯ୍ୟାଦେଶ ମିଳିବା ଅସମ୍ଭବ ବୋଲି ପ୍ରଦୀପ ମାଝୀ କହିଛନ୍ତି।

ଆଇଏଏସ୍‌ ଅଧିକାରୀଙ୍କୁ ସିବିଆଇ ସମନ ପ୍ରସଙ୍ଗ

ଅନ୍ୟପଟେ ୱାପକସ୍‌କୁ କଳା ତାଲିକାଭୁକ୍ତ କରାଯାଇଥିବା ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିବାର ଠିକ୍‌ ଦୁଇ ମାସ ପରେ ଉକ୍ତ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ମନ୍ତ୍ରୀ ସଂପୃକ୍ତ ନଥିଲେ ଏହା କିଭଳି ସମ୍ଭବ ହୋଇଥାନ୍ତା। ଏହି କାରଣରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଏବଂ ସିବିଆଇ ତାଙ୍କୁ ପକ୍ଷଭୁକ୍ତ କରିବାକୁ ବିଜେଡି ଦାବି କରିଛି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଦିବାସୀ ଉନ୍ନୟନ ବିଭାଗ ଛାତ୍ରାବାସ ନିର୍ମାଣରେ ଦଳୀୟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଠିକା କାମ ଦିଆଯାଉଛି। ନୂଆ ସରକାର ଆସିବା ପରେ ଜିଲ୍ଲାରେ ଶହ ଶହ କୋଟି ଟଙ୍କାର ଟେଣ୍ଡର୍‌ ଫିକ୍ସିଂ ହୋଇଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଅଭିଯୋଗ କରିଛନ୍ତି। ଯାହାର ପ୍ରମାଣ ତାଙ୍କ ନିକଟରେ ରହିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ, ଅବିଭକ୍ତ କୋରାପୁଟ ଜୋନ୍ ସଭାପତି ତାପସ ତ୍ରିପାଠୀ, ରବି ପଟ୍ଟନାୟକ, ସରୋଜ ପାତ୍ର, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଡିଲୁ ପଣ୍ଡା, ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe