ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ରାଜପଥରେ ୫୦ କିମି ଦୂରରେ ପ୍ରତିଷ୍ଠା ହେବ ବିଶ୍ରାମାଗାର, ଡ୍ରାଇଭରଙ୍କୁ ମିଳିବ ପେନ୍‌ସନ୍‌

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ରାଜପଥରେ ୫୦ କିମି ଦୂରରେ ପ୍ରତିଷ୍ଠା ହେବ ବିଶ୍ରାମାଗାର, ଡ୍ରାଇଭରଙ୍କୁ ମିଳିବ ପେନ୍‌ସନ୍‌

ଭୁବନେଶ୍ବର: ଆଜି ଓଡ଼ିଶାର ବିଭିନ୍ନ ଡ୍ରାଇଭର ସଂଘ ସହ ସଚିବାଳୟରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମସ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ବିଷ୍ଣୁପଦ ସେଠୀ, ଅରୁଣ ବୋଥ୍ରା ସୁବାଷ ସିଂ, ପ୍ରଶାନ୍ତ ମୁଦୁଲି, ପରିବହନ ଓ ଶ୍ରମ ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡ଼ିଶାରେ ଗଠନ ହେବ ପରିବହନ କଲ୍ୟାଣ ବୋର୍ଡ ଯେଉଥିର ସମସ୍ତ ସଂଗଠନ ସଦସ୍ୟ ରହିବେ । ସଡ଼କ ଦୁର୍ଘଟଣାରେ ମୃତ ଓ ଚିକିତ୍ସିତ ଡ଼୍ରାଇଭରଙ୍କୁ ସହାୟତା ମିଳିବ। ଇଏସ୍‌ଆଇ ସୁବିଧା ମିଳିବ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ୫୦ କିମି ଦୂରରେ ପ୍ରତିଷ୍ଠା ହେବ ବିଶ୍ରାମାଗାର। ପ୍ରତି ଡ୍ରାଇଭରକୁ ପେନସନ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଲୋଚନା ବେଳେ ଓଡ଼ିଶା ଡ୍ରାଇଭ୍ ମହାସଂଘ, ଅଲ୍ ଓଡିଶା ଡ଼୍ରାଇଭର ମହାସଂଘ, ରାଜଧାନୀ ମଟୋରକର୍ମଚାରୀ ସଂଘ, ଅଲ୍ ଓଡିଶା ପରିବହନ ସଂଘ, ଅଟୋ ଆସୋସିଏସନ୍ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୮ ତାରିଖରେ ଏକାଧିକ ଦାବି ନେଇ ଭୁବନେଶ୍ଵରରେ ବିଶାଳ ଶୋଭାଯାତ୍ରା କରି ବିଭିନ୍ନ ଦାବି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓଡ଼ିଶା ସମସ୍ତ ଡ଼୍ରାଇଭର।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe