Restless Sambalpur City: Two stabbing incidents in one day Photograph: (sambad.in)
ସମ୍ବଲପୁର: ଗୋଟିଏ ଦିନରେ ସମ୍ବଲପୁର ସହରରେ ୨ଟି ଛୁରାମାଡ଼ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସକାଳେ ଧନୁପାଲି ଥାନା ନିକଟସ୍ଥ ଭୁତାପଡ଼ାରେ ହୋଇଥିବା ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ରାତିରେ ବରେଇପାଲି ଥାନା ଅନ୍ତର୍ଗତ ବରେଇପାଲି ଛକରେ ଛୁରା ମାଡ଼ ହୋଇଛି। ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି।
ସେମାନେ ହେଲେ ବରେଇପାଲି ଛକର ହେଲେ ମଞ୍ଜିତ ଓରାମ ଏବଂ କରନ ଓରାମ। ମଞ୍ଜିତ ଗୁରୁତର ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କରନ ମଧ୍ୟ ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରୁ ବର୍ତ୍ତମାନ ବୁର୍ଲାକୁ ସ୍ଥାନାନ୍ତର ହୋଇଛନ୍ତି।
ସୂଚନା ଅନୁସାରେ, ଗଣେଶମେଢ଼ ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ବରେଇପାଲି ଛକର ୩ ଯୁବକ ସେମାନଙ୍କୁ ଛୁରାମାଡ଼ କରିଥିବା ସୂଚନା ମିଳିଛି। ଆକ୍ରମଣକାରୀମାନେ ହେଲେ ଦୀନେଶ ମୁଣ୍ଡା, ଆଶିଷ ଓରାମ ଏବଂ ଶିବା ସାହାଣୀ। ଆଶିଷ ଫେରାର ଥିବାବେଳେ ଦୀନେଶ ଓ ଶିବାଙ୍କୁ ଗିରଫ କରିଥିବା ବରେଇପାଲି ପୁଲିସ ସୂଚନା ଦେଇଛି।
Sambalpur | Crime
Follow Us