ବାତ୍ୟା ଫନି ପୂର୍ବରୁ ଶାନ୍ତ ପଡିଥିବା ଭୁବନେଶ୍ୱର ରେଳଟ୍ରାକ ଉପରେ ଆଜି ଠାରୁ ପୁଣିଥରେ ଚଳାଚଳ କରିବ ଟ୍ରେନ, ଗଡିବ ପାଖାପାଖି ୧୪ଟି ପାସେଞ୍ଜର ଟ୍ରେନ

Advertisment
ରଥଯାତ୍ରା ପୂର୍ବରୁ ପୂର୍ବତଟ ରେଳପଥର ସଚେତନତା ଅଭିଯାନ ଆରମ୍ଭ

EDecorati

ଭୁବନେଶ୍ୱର : ଭୁବନେଶ୍ୱରରୁ ଆଜି ଠାରୁ ସ୍ୱାଭାବିକ ହେବ ରେଳ ଚଳାଚଳ । ପୁଣିଥରେ ଭୁବନେଶ୍ୱର ଟ୍ରାକରେ ଦୌଡିବ ଭାରତୀୟ ରେଳ । ବାତ୍ୟା ଫନି ପୂର୍ବରୁ ଶାନ୍ତ ପଡିଥିବା ଭୁବନେଶ୍ୱର ରେଳଟ୍ରାକ ଉପରେ ଆଜି ଠାରୁ ପୁଣିଥରେ ଚଳାଚଳ କରିବ ଟ୍ରେନ । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବିକ ଆଜି ପୁଣିଥରେ ରେଳ ଚଳାଚଳ ଆରମ୍ଭ ହେବ। ପାଖାପାଖି ୧୪ଟି ପାସେଞ୍ଜର ଟ୍ରେନ ଆଜିଠୁ ଗଡିବ ।

ଫନି ବାତ୍ୟା ଯେଉଁଭଳି ତାଣ୍ଡବ ରଚିଥିଲା ସେଥିରେ ଭୁବନେଶ୍ୱର ରେଲୱେ ଷ୍ଟେସନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଭୁବନେଶ୍ୱର ରେଲୱେ ଷ୍ଟେସନର ଛାତ ଉଡିଯାଇଥିବା ବେଳେ ବାତ୍ୟାର ୨୪ ଘଣ୍ଟା ମଧ୍ୟରେ ପୁଣିଥରେ ରେଳ ଚଳାଚଳ ଆରମ୍ଭ କରିବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯିବ ସହ କେତେକ ଟ୍ରେନ୍‌ର ଗନ୍ତବ୍ୟ ସ୍ଥଳରେ ପରିବର୍ତନ କରାଯାଇଥିଲା। ଏବେ ସ୍ଥିତିରେ ଉନ୍ନତି ଦେଖାଦେବାରୁ ଆଜିଠାରୁ ଟ୍ରେନ୍‌ ଚଳାଚଳ  ସ୍ୱାଭାବିକ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe