ଜଗନ୍ନାଥ ସାଗର ପୁନରୁଦ୍ଧାର ପ୍ରସଙ୍ଗ: ୧୪.୮୪ କୋଟିରେ ହେବ ଉନ୍ନୟନ

Advertisment
ଜଗନ୍ନାଥ ସାଗର ପୁନରୁଦ୍ଧାର ପ୍ରସଙ୍ଗ: ୧୪.୮୪ କୋଟିରେ ହେବ ଉନ୍ନୟନ

ଜୟପୁର: ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟ ଜାରୀ ରହିଛି। ଆମ ପୋଖରୀ ଯୋଜନ‌ାରେ ପୌରପାଳିକା ପକ୍ଷରୁ ଏହି କାମ ଚାଲିଛି। ଏଥିଲାଗି ବ୍ୟୟଅଟକଳ ହୋଇଛି ୧୪ କୋଟି ୮୪ ଲକ୍ଷ ୬୮ ହଜାର ଟଙ୍କା। ପାଣି ଶୁଖା ସହ ପଙ୍କ ଉଦ୍ଧାର କାମ ଆରମ୍ଭ ହୋଇଛି। ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ ବଦଳରେ ସହରର ୮୫ଟି ମହିଳା
ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି)କୁ କାର୍ଯ୍ୟାଦେଶ ଦିଆଯାଇଛି। ସରକାରୀ ଗାଇଡଲାଇନ ଅନୁସାରେ ସେମାନେ ପ୍ରୋସାହନ ରାଶି ପାଇବେ ପ୍ରାୟ ୮୮ ଲକ୍ଷ ଟଙ୍କା।
ସରକାରୀ ମାର୍ଗଦର୍ଶିକା ଅନୁଯାୟୀ, ଏସ୍ଏଚଜିଙ୍କ ଦ୍ବାରା କାମ କରାଇବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ଵାରା ଗୋଷ୍ଠୀର ମହିଳାମାନେ ଉପକୃତ ହେବେ। ସରକାରଙ୍କ ନିୟମ ଅନୁସାରେ ପ୍ରୋତ୍ସାହନ ରାଶି ବି ପାଇବେ ।

ସାଗରକୁ ଶୁଖାଇବା, ପଙ୍କ ଓ ମାଟି ଉଠାଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟ କିପରି ଭାଗ ଭାଗ କରି ୮୫ରୁ। ଏସଏଚଜି କରିବେ ତାକୁ ନେଇ ସନ୍ଦେହ ଉଠିବା ସ୍ବାଭାବିକ। ନିୟମ ଅନୁସାରେ ଏସ୍ଏଚଜି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ କରିପାରିବ । କେଉଁ ଅଞ୍ଚଳର କାମ କେଉଁ ଏସ୍ଏଚ୍‌ଜିଙ୍କୁ ଦିଆଯାଇଛି, ଏହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ୧୫ ଲକ୍ଷ ଟଙ୍କାର କାମ କିପରି ମାପଚୁପ ହେବ। ବର୍ତ୍ତମାନ ସୁଦ୍ଧା କେଉଁ ଏସ୍ଏଚ୍‌ଜିକୁ କେଉଁ କାର୍ଯ୍ୟାଦେଶ ଦିଆଯାଇଛି, ସେ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଯାଇନି। ସଂପ୍ରତି ୨୫ଟି ଜେସିବି ଓ ପ୍ରୋକଲିନ୍ ଆଦି ଲଗାଯାଇ ସାଗରରୁ ପଙ୍କ ଓ ମୋରମ ମାଟି ବାହାର କରାଯାଉଛି।

ରାଜୁସାହି ଛକ ପଂଚାନନ ମନ୍ଦିର ଛକ ପାର୍ଶ୍ବରୁ ସୌରାସାହି , ନୂଆସାହି ୫ମ ଲାଇନ୍ ପାର୍ଶ୍ବ ପର୍ଯ୍ୟନ୍ତ ସାଗରରୁ ପଙ୍କ ବାହାର କରିବା ପରେ ମୋରମ ମାଟି ବାହାର କରାଯାଉଛି। ତେବେ ପଙ୍କ ବାହାର କରିବା ସହ ପାଣି ଝର ବାହାରି ପୁଣି କାଦୁଅ ହେଉଥିବାରୁ ପଙ୍କ ମାଟି ବାହାର କରିବାରେ ବାଧକ ସାଜୁଥିବା କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ତେଣୁ ଏହି ପାଣି ଝର ଓ ପଶୁ ଥିବା ନାଳପାଣିକୁ ବନ୍ଦ କରି ପାର୍ଶ୍ବରେ ଆଉ ଗୋଟିଏ ନାଳ କରି ପଂଚାନନ ମନ୍ଦିର ନିକଟସ୍ଥ ସ୍ପିଲ ୱେରୁ ପାଣି ବାହାରକୁ ନିଷ୍କାସିତ କରାଯାଉଛଇ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ।

ଆମ ପୋଖରୀ ଯୋଜନାରେ ଏସ୍ଏଚ୍‌ଜିଙ୍କୁ କାର୍ଯ୍ୟାଦେଶ ଦେବାର ନିୟମ ରହିଛି। ଜଗନ୍ନାଥ ସାଗର ଚାରିପଟେ ଥିବା ପ୍ରତ୍ୟେକ ୱାର୍ଡରୁ ୫ଟି ଲେଖାଏଁ ଓ ବଳକା ଅନ୍ୟ ସବୁ ୱାର୍ଡରୁ ୨ଟି ଲେଖାଏଁ ଏସଏଚଜିଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ଗାଇଡଲାଇନ ଉଲ୍ଲଙ୍ଗନ କରି ଟେଣ୍ଡର କରା‌ଯାଇପାରିବ ନାହିଁ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ସେଭଳି ଜଣକା ଏହି କାମ ପାଇଁ ୭ପ୍ରତିଶତର ପ୍ରତ୍ସାହନ ରାଶି ବି ଦିଆଯିବ ବୋଲି କହିଛନ୍ତି। ଆଉ ଦୁଇ ମାସ ଅର୍ଥାତ ଜୁନ ମାସ (ବର୍ଷା) ଆରମ୍ଭ ପର୍ଯ୍ୟନ୍ତ ସାଗରର ଅର୍ଦ୍ଧଭାଗର କାମ କରାଯିବ। ବଳକା କାମ ବର୍ଷା ମାସ ପରେ କରାଯିବ । ସଂପ୍ରତି କାମ ଚାଳିଥିବା ସ୍ଥାନରେ ମାଟିର ଆଡ଼ିବନ୍ଧ କରି ୨ଭାଗ କରାଯିବ। ବର୍ଷା ମାସ ସରିଲେ ପାଣି ଜମା ଥିବା ସ୍ଥାନରୁ ପାଣି ପୁଣି ନିଷ୍କାସନ କରି ସେହି ଭାଗର କାମ ବି କରାଯିବ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe