ଓଡ଼ିଆ ଥିଏଟର୍‌ର ପୁନରୁଦ୍ଧାର ପାଇଁ ଭଲ ବିଷୟବସ୍ତୁ, ମାର୍କେଟିଂ ଓ ପ୍ରମୋସନ୍‌ ଦରକାର

Advertisment
ଓଡ଼ିଆ ଥିଏଟର୍‌ର ପୁନରୁଦ୍ଧାର ପାଇଁ ଭଲ ବିଷୟବସ୍ତୁ, ମାର୍କେଟିଂ ଓ ପ୍ରମୋସନ୍‌ ଦରକାର

ଭୁବନେଶ୍ବର : ନାଟକ ‘ଆହେ ନୀଳଶଇଳ’ର ୧୫ଟି ହାଉସ୍‌ଫୁଲ୍‌ ସୋ’ ହୋଇସାରିଲାଣି। ତେଣୁ ଏହାପରେ ଲୋକ ପଇସା ଦେଇ ଥିଏଟର୍‌ ଦେଖିବେ କି ନାହିଁ, ତାହା ଆଉ ପ୍ରଶ୍ନ ହୋଇ ରହିନାହିଁ। ପ୍ରଭୁ ଜଗନ୍ନାଥ ‘ଆହେ ନୀଳଶଇଳ’ ନାଟକର କେନ୍ଦ୍ରବିନ୍ଦୁ। ମହାପ୍ରଭୁ ଓଡ଼ିଆଙ୍କ ପ୍ରାଣର ଠାକୁର। ତାଙ୍କ ଉପରେ ପର୍ଯ୍ୟବସିତ ନାଟକକୁ ଲୋକମାନେ ଦେଖିବାକୁ ଆଗ୍ରହ ପ୍ରକାଶ କଲେ ଓ ଟଙ୍କା ଦେଇ ନାଟକ ଦେଖିଲେ। ଯଦି ବିଷୟବସ୍ତୁ ବଳିଷ୍ଠ ହୋଇଥିବ, ଥିଏଟର୍‌ ହେଉ କି ସିନେମା, ଯାତ୍ରା କି ଓଟିଟି; ଲୋକେ ପଇସା ଦେଇ ଦେଖିବାକୁ ପସନ୍ଦ କରିବେ।

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ

ଭଲ ନାଟକ କରିବା ପାଇଁ ଭଲ କାହାଣୀ ସହ ଅର୍ଥର ବି ଆବଶ୍ୟକତା ରହିଛି। ତେଣୁ ବିଜ୍ଞାପନର ଆବଶ୍ୟକତା ରହିଛି। ବର୍ତ୍ତମାନ ଯୁଗରେ ମାର୍କେଟିଂ ଓ ପ୍ରମୋସନ୍‌ର ଆବଶ୍ୟକତା ରହିଛି। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କଲେ ବି ଯଦି ବିଷୟବସ୍ତୁ ଭଲ ହୋଇ ନଥିବ, ନାଟକ ଚାଲିବ ନାହିଁ। ‘ପରଦା ଡକରା: ଓଡିଆ ଥିଏଟର୍‌ର ପୁନରୁଦ୍ଧାର’ ଶୀର୍ଷକ ଆଲୋଚନାରେ ‌ଯୋଗଦେଇ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହା କହିଛନ୍ତି। ଏହି ଅଧିବେଶନକୁ ଲେଖକ ଓ ଅନୁବାଦକ ପଞ୍ଚମୀ ମାନୁ ଉକିଲ ପରିଚାଳନା କରିଥିଲେ।

ଏଥିରେ ଅନ୍ୟତମ ଅତିଥି ଭାବେ ଅଭିନେତ୍ରୀ ସୋଫିଆ ଆଲମ୍‌ ଯୋଗଦେଇ ନାଟକ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, କେବଳ ଥିଏଟର୍‌ କରି ଜଣେ କଳାକାର ବଞ୍ଚିବା କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ। ଟେଲିଭିଜନ୍‌, ସିନେମା ଅପେକ୍ଷା ତାଙ୍କୁ ଥିଏଟର୍‌ରେ ଦର୍ଶକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ଅଧିକ ଆନନ୍ଦ ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe