କ୍ରେନ୍ ଲଗାଇ ପୁଲିସ ଉଠାଇନେଲା ଅମାନିଆଙ୍କ ଗାଡ଼ି, ଆଇଟି ଓ ଶିଳ୍ପ ସଂସ୍ଥାର କର୍ମଚାରୀଙ୍କ ଉପରେ ଲାଗିଲା କଟକଣା

Advertisment

ଅନୁମୋଦିତ କର୍ମଚାରୀଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ

ଅନୁମୋଦିତ କର୍ମଚାରୀଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ

କ୍ରେନ୍ ଲଗାଇ ପୁଲିସ ଉଠାଇନେଲା ଅମାନିଆଙ୍କ ଗାଡ଼ି, ଆଇଟି ଓ ଶିଳ୍ପ ସଂସ୍ଥାର କର୍ମଚାରୀଙ୍କ ଉପରେ ଲାଗିଲା କଟକଣା

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଜାରି ରହିଛି। ଏହି ଲକ୍‌ଡାଉନ୍‌ ବେଳେ ପୂର୍ବାପେକ୍ଷା ଏଥର ଅନେକ କାର୍ଯ୍ୟାଳୟ ଉପରେ କଟକଣା କୋହଳ କରାଯାଇଥିଲା। ମାତ୍ର ରାଜଧାନୀ ଭୁବନେଶ୍ବରରେ କଟକଣା କୋହଳ କରାଯାଇଥିବା ସଂସ୍ଥାଗୁଡ଼ିକର କର୍ମଚାରୀ କରୋନା ମାର୍ଗଦର୍ଶିକାକୁ ବାରମ୍ବାର ଉଲ୍ଲଂଘନ କରୁଥିବାରୁ କମିସନରେଟ୍ ପୁଲିସ୍ ପକ୍ଷରୁ ଆଜି ପୁଣି କଟକଣା କଡ଼ାକଡ଼ି କରାଯାଇଛି। ଏପରିକି ବିନା କାରଣରେ ରାଜଧାନୀ ରାସ୍ତାରେ ଚଳାଚଳ କରୁଥିବା କେତେକ ଅମାନିଆଙ୍କ ଗାଡ଼ିକୁ କମିସନରେଟ୍‌ ପୁଲିସ କ୍ରେନ୍ ଲଗାଇ ଉଠାଇ ନିଆଯାଇଛି।

ଶନିବାର ହୋଇଥିବା ଘୋଷଣା ଅନୁଯାୟୀ, ଆଇଟି ଓ ଏହା ସହ ଜଡ଼ିତ ସଂସ୍ଥା ପାଇଁ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ କାମ କରିବାକୁ ଅନୁମୋଦନ ଦିଆଯାଇଥିବା ବେଳେ ଶିଳ୍ପ ସଂସ୍ଥାଗୁଡ଼ିକର ୫୦ ପ୍ରତିଶତ ଓ ସେମାନଙ୍କ କାର୍ଯ୍ୟାଳୟରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି। ସେହିଭଳି ବେସରକାରୀ/ ସିଭିଲ୍ ସୋସାଇଟି ସେକ୍ଟର୍ କାର୍ଯ୍ୟାଳୟରେ ସର୍ବାଧିକ ୩୩ ପ୍ରତିଶତ କର୍ମଚାରୀଙ୍କ ମଧ୍ୟରେ କାମ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉପରୋକ୍ତ ସଂସ୍ଥାମାନେ ଅନୁମୋଦିତ କର୍ମଚାରୀଙ୍କ ତାଲିକା ମୁନିସିପାଲ୍ କମିସନର୍‌ ଓ ଡିସିପିଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁମୋଦିତ କର୍ମଚାରୀମାନେ କେଉଁଠୁ ଆସୁଛନ୍ତି ଏବଂ କେଉଁଠାକୁ ଯିବେ, କେତେ ଦିନ ସେମାନେ ଅଫିସ୍ ଯିବେ ସେ ସବୁର ତଥ୍ୟ ପରିଚୟପତ୍ର ସହିତ ଯାଞ୍ଚ୍ କରାଯିବ ବୋଲି କମିସନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟ ଯିବା ସମୟରେ ଏହା ଦେଖାଇବା ବାଧ୍ୟତାମୂଳକ।

ଏ ନେଇ ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଅମାନିଆମାନେ ବର୍ତ୍ତମାନ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସତ୍ତ୍ବେ ଅଫିସ୍ ପରିଚୟପତ୍ର ଦେଖାଇ ଏହାର ଅପବ୍ୟବହାର କରୁଛନ୍ତି। ବାରମ୍ବାର କରୋନା ନିୟମାବଳି ଭାଙ୍ଗି ବାହାରେ ବୁଲୁଥିବାରୁ ଆଜି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ଗାଡ଼ିଗୁଡ଼ିକୁ କ୍ରେନ୍ ସାହାଯ୍ୟରେ ଥାନାକୁ ନିଆଯାଇଛି। ତେଣୁ ନିୟମାବଳି ଅନୁପାଳନ ନ କଲେ ଆଗକୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe