ଏହି ଜିଲ୍ଲାରୁ ରାଉରକେଲା ସହରକୁ ଆସୁଥିଲେ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ

Advertisment
ଏହି ଜିଲ୍ଲାରୁ ରାଉରକେଲା ସହରକୁ ଆସୁଥିଲେ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ

ରାଉରକେଲା: କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ରାଉରକେଲା ପ୍ରଶାସନ ତରଫରୁ ଗତକାଲି ଜାରି କରାଯାଇଥିବା ନିର୍ଦେଶନାମା ସଂଖ୍ୟା -୧୯୯୫ ଅନୁସାରେ ନିର୍ଦ୍ଧିଷ୍ଟ ୧୪ ଗୋଟି ଜିଲ୍ଲାରୁ କେହି ଆସୁଥିଲେ ସେମାନଙ୍କୁ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି |

ଖୋର୍ଦ୍ଧା, ଭଦ୍ରକ, ବଲାଙ୍ଗୀର, ପୁରୀ, ଝାରସୁଗୁଡା, ଯାଜପୁର, ମୟୁରଭଞ୍ଜ, ଗଞ୍ଜାମ, ବାଲେଶ୍ୱର, ନୟାଗଡ, କଟକ, କେନ୍ଦୁଝର, ଗଜପତି, ଓ ଜଗତସିଂହପୁର ଜିଲ୍ଲା ରୁ ଯିଏ ରାଉରକେଲା ସହରକୁ ଆସୁଥିବେ କିମ୍ବା ରାଉରକେଲା ସହରରୁ ଉପରୋକ୍ତ ନିର୍ଦ୍ଧିଷ୍ଟ ୧୪ ଜିଲ୍ଲା କୁ ଯାଇଫେରୁଥିବେ ତାହେଲେ ସେମାନେ ନିଶ୍ଚିତ ଭାବେ ବି.ପି.ୟୁ.ଟି ପଞ୍ଜିକରଣ କେନ୍ଦ୍ର ଠାରେ ନିଜର ପଞ୍ଜିକରଣ କରିବା ସହ ପ୍ରଶାସନର ପରାମର୍ଶ ଅନୁସାରେ ୧୪ ଦିନ ପର୍ଯ୍ୟନ୍ତ ହୋମ କିମ୍ବା ସରକାରୀ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି l

ବର୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ହେଲେ ସମସ୍ତେ କୋଭିଡ କଟକଣା ମାନିବା ସହ କୋଭିଡ ନିୟମକୁ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe