ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

Advertisment
ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ଭୁବନେଶ୍ବର: ଆସନ୍ତାକାଲି ନୂଆ ସରକାର ଶପଥଗ୍ରହଣ କରିବାକୁ ଥିବା ବେଳେ ଆଗାମୀ ଜୁନ୍‌ ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ଅତିରିକ୍ତ ମୁଖ୍ୟ ଶାସନ (ଏସିଏସ୍‌) ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ରାଜ୍ୟରେ ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ ବୋଲି କୁହାଯାଇଛି। ତେଣୁ ହେଡ୍‌କ୍ବାର୍ଟର ନଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଉପସ୍ଥିତ ରହି‍ବେ ବୋଲି ନିର୍ଦ୍ଦେଶ ହୋଇଛି।  

କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe