ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା: ଫୁଲ ଓ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ମନା

କେତେ ସରକାରୀ କର୍ମଚାରୀ ଅବସର ନେଲେଣି ସରକାରଙ୍କ ପାଖରେ ତଥ୍ୟ ନାହିଁ

kalinga tv

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଖାସକରି ନୂଆବର୍ଷରେ ଯେପରି କେଉଁଠି ଭିଡ଼ ନହୁଏ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରକାର। ଯେଉଁଥିପାଇଁ ହୋଟେଲ ଓ ମଣ୍ଡପରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି। ଆଉ ଏସବୁ ଭିତରେ ସରକାରୀ କାର୍ଯ୍ୟାଳୟ ପାଇଁ ମଧ୍ୟ କରୋନା କଟକଣା ଲଗାଇଛନ୍ତି ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଚଳିତ ଥର ସରକାରୀ ଅଫିସରେ ଏକାଧିକ ଲୋକ ଯେପରି ଏକାଠି ନହେବେ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ କେବଳ ଅନଲାଇନ ମାଧ୍ୟମରେ ନୂଆବର୍ଷ ଶୁଭେଚ୍ଛା ଜଣାଇବାକୁ ସରକାରୀ କର୍ମଚାରୀଙ୍କୁ କୁହାଯାଇଛି। କୌଣସି ଅଫିସରେ ମେଳି ନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍ ସବୁଥର ଭଳି ଫୁଲ ଦେଇ ଶୁଭେଚ୍ଛା ଜଣାଇବା ଉପରେ କଟକଣା ଲଗାଇଛନ୍ତି ସରକାର। ଏହାପୂର୍ବରୁ ସରକାରୀ ଅଫିସରେ ଫୁଲ ଓ ଫୁଲତୋଡ଼ା ଦେଇ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତଥର ଏସବୁ ଉପରେ କଟକଣା ଜାରି କରିଛନ୍ତି ସରକାର।
କେବଳ ସରକାରୀ ଅଫିସ ନୁହେଁ ବରଂ ଓମିକ୍ରନର ମୁକାବିଲା ପାଇଁ ସାଧାରଣ ଲୋକଙ୍କ ପାଇଁ ଅନେକ ଗୁଡିଏ କଟକଣା ଜାରି କରିଛନ୍ତି ସରକାର। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ହୋଟେଲ ଓ ମଣ୍ଡପରେ ନୂଆବର୍ଷ ପାଳନ ଉପରେ ରୋକ ଲାଗିଛି। ସେହିଭଳି ବିଭିନ୍ନ ସାମୁହିକ ଭୋଜିଭାତ ଉପରେ କଟକଣା ଲାଗିଥିବା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଖାସକରି ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe