କଟକ-ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ : ମୁଖ୍ୟ ସଚିବ

Advertisment
କଟକ-ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ : ମୁଖ୍ୟ ସଚିବ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । କରୋନା ସଂକ୍ରମଣ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଉଛି। ପରିସ୍ଥିତିର ପରବର୍ତ୍ତୀ ସମୀକ୍ଷା ହେବା ଯାଏଁ ଏହି କଟକଣା ଜାରି ରହିବ ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରାଯାଇଛି। ଏହି ଟୁଇଟକୁ ରିଟୁଇଟ୍ କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଏଥିସହ ସେ ନିଜେ ଟୁଇଟ୍ କରି କହିଛନ୍ତି, କଟକ-ଭୁବନେଶ୍ବରରେ କଟକଣା ପୂର୍ବବତ୍ ଜାରି ରହିବ।

ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟୁଇଟ ଜରିଆରେ କହିଛନ୍ତି ଯେ, କୃଷିକାର୍ଯ୍ୟକୁ ଖୁବ୍ ସାବଧାନତାର ସହ  ଆରମ୍ଭ କରାଯାଉଛି। କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ । ଲୋକେ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଗତ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଲକଡାଉନ କଟକଣା ଭୁବନେଶ୍ୱରରେ ଜାରି ରହିବ । ପରବର୍ତ୍ତୀ ଆଦେଶ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି କହିଛନ୍ତି ପୁଲିସ କମିସନର । ତେଣୁ ରାଜଧାନୀବାସୀ ଦୟାପୂର୍ବକ ଆସନ୍ତାକାଲି (ଏପ୍ରିଲ ୨୦) ଠାରୁ କିଛି ପରିବର୍ତ୍ତନ ଆଶା କରନ୍ତୁ ନାହିଁ । ଆମେ ଲୋକଙ୍କୁ ନିବେଦନ କରୁଛୁ ଯେ, ସେମାନେ ସହଯୋଗ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe