ନୂଆବର୍ଷ ପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି: ଆଜିଠୁ କଟକଣା

Advertisment

ଆସନ୍ତାକାଲି ଡିସେମ୍ବର ୩୧ ତାରିଖରୁ କଟକଣା ଲାଗୁହୋଇଛି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ସହ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ିମୋଟରର ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ହୋଇଛି।

ଆସନ୍ତାକାଲି ଡିସେମ୍ବର ୩୧ ତାରିଖରୁ କଟକଣା ଲାଗୁହୋଇଛି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ସହ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ିମୋଟରର ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ହୋଇଛି।

jagannath temple-the financial express

ପୁରୀ: ଆସନ୍ତାକାଲି ଡିସେମ୍ବର ୩୧ ତାରିଖରୁ କଟକଣା ଲାଗୁହୋଇଛି। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ସହ ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଯାଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଗାଡ଼ିମୋଟରର ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ହୋଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ଶ୍ରୀମନ୍ଦି‌େର‌ ଅଧିକ ଭିଡ଼ ହେବ ବୋଲି ସମ୍ଭାବନା ରହିଛି। ଏଥିପାଇଁ ଆଜି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରଶାସନର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି।  ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ, ଦୁଇଦିନ ଧରି ଶ୍ରୀମନ୍ଦିରରେ ଭକ୍ତମାନେ ଚାରିଦ୍ବାର ବଦଳରେ କେବଳ ସିଂହଦ୍ବାରରେ ପ୍ରବେଶ କରିବେ।

ସିଂହଦ୍ବାରରେ ପ୍ରବେଶ, ତିନିଦ୍ବାରରେ ପ୍ରସ୍ଥାନ
କଟକଣା ଭିତରେ ଗାଡ଼ିମୋଟର ଚଳାଚଳ

ଦର୍ଶନ ସାରି ଉତ୍ତର, ଦକ୍ଷିଣ ଓ ପଶ୍ଚିମଦ୍ବାରରେ ପ୍ରସ୍ଥାନ କରିବେ। ପହିଲି ଭୋଗ ନୀତି ଚାଲିଥିବାରୁ ନୀତିକାନ୍ତି ସଅଳ ହେଉଛି। ଏଣୁ ଭକ୍ତମାନେ ଯେପରି ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବେ ସେ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍‌ ଛକଠାରୁ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଭିଡ଼କୁ ଦୃଷ୍ଟିରେ ରଖି ୯୦ ପୁଲିସ ଅଧିକାରୀ ଓ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ଓଏସ୍‌ଏପି, ଆଇଆର୍‌ବିଙ୍କ ସମେତ ପ୍ରତିହାରୀ ସେବାୟତଙ୍କୁ ବି ନିୟୋଜିତ କରାଯାଇଛି। ସହର ପ୍ରମୁଖ ଛକମାନଙ୍କରେ ଭିଡ଼ ବଢ଼ି ଚାଲିଥିବାରୁ ଗାଡ଼ିମୋଟର ଚଳାଚଳରେ ଡିସେମ୍ବର ୩୧ ଓ ୧ ତାରିଖରେ କଟକଣା ଲଗାଯାଇଛି। ସହର ପ୍ରମୁଖ ପ୍ରବେଶ ପଥରେ ବିଭିନ୍ନ ଦିଗରେ ଆସୁଥିବା ଗାଡ଼ିକୁ ଭିନ୍ନ ଭିନ୍ନ ଦିଗକୁ ଡାଇଭର୍ଟ କରାଯାଇଛି। ଭୁବନେଶ୍ବର ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ପାଇଁ ଜେଲ୍‌ ରୋଡ୍‌ ପାର୍କିଂ, ବଡ଼ଦାଣ୍ଡ ଶରଧାବାଲିଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe