ରାଜ୍ୟରେ ପ୍ରବେଶ ଉପରୁ କଟକଣା ହଟିଲା, ଆଉ ଦୁଇ ଡୋଜ୍ ଟିକା, କୋଭିଡ ନେଗେଟିଭ୍ ରିପୋର୍ଟ ଦରକାର ନାହିଁ

Advertisment
ଶିଷ୍ଟାଚାର ରକ୍ଷା ପାଇଁ ପୂର୍ବତଟ ରେଳପଥର ଅଭିଯାନ

India Today

ଭୁବନେଶ୍ବର : ଓଡ଼ିଶାରେ ପ୍ରବେଶ ପାଇଁ ଆଉ ଦୁଇ ଡୋଜ୍ ଟିକା ସାର୍ଟିଫିକେଟ୍ କି କୋଭିଡ୍‌ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବନି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାର ଯେଉଁ କଟକଣା ‌ଲଗାଇଥିଲେ ତାହାକୁ ଆଜି ଉଠାଇ ଦେଇଛନ୍ତି। ଆଜି ଏନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏବେ ଓଡ଼ିଶାରେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବାରୁ ବାହାର ରାଜ୍ୟରୁ ବହୁ ଲୋକ ଯାତାୟତ କରିବେ। ଏପରିକି ପର୍ଯ୍ୟଟନସ୍ଥଳୀଗୁଡ଼ିକ ଖୋଲି ଯାଇଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। କୌଣସି କଟକଣା ରହିଲେ ପର୍ଯ୍ୟଟକଙ୍କ ଆଗମନ ଉପରେ ପ୍ରଭାବ ପଡ଼ିବାର ଥିବାରୁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ସୂଚନାଯୋଗ୍ୟ ଯେ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରାଜ୍ୟ ସରକାର ଏପ୍ରିଲ ୧୨ରେ ବାହା‌ର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଦୁଇ ଡୋଜ୍ କୋଭିଡ୍‌ ଟିକା ନେଇଥିବାର ସାର୍ଟିଫିକେଟ୍ ଦେଖାଇବା କିମ୍ବା କୋଭିଡ୍‌ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରିଥିଲେ। ଏହାପରେ ମେ ୩୦ରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହା ଅନୁଯାୟୀ ସଡ଼କ ପଥରେ, ଟ୍ରେନ୍‌ରେ, ବିମାନରେ, ଜଳପଥରେ ଓଡ଼ିଶା ଆସୁଥିବା ଲୋକଙ୍କର କଡ଼ାକଡ଼ି ଯାଞ୍ଚ ହେଉଥିଲା। ଯେଉଁମାନେ ଏହି ଦୁଇଟି ପ୍ରମାଣ ଦେଖାଇପାରୁନଥିଲେ ସେମାନଙ୍କୁ ୭ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ପଠାଯାଉଥିଲା। ଏପରିକି ଭୁବନେଶ୍ବର ବିମାନବନ୍ଦର ଏବଂ ରେଳ ‌‌‌ଷ୍ଟେସନରେ ଟିକା ସାର୍ଟିଫିକେଟ୍ କିମ୍ବା ଟେଷ୍ଟିଂ ରିପୋର୍ଟ ଦେଖାଉନଥିବା ଲୋକଙ୍କର ବାଧ୍ୟତାମୂଳକ ଟେଷ୍ଟିଂ କରାଯାଉଥିଲା। ଯେଉଁମାନଙ୍କର ପଜିଟିଭ୍ ବାହାରୁଥିଲା ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା। ଏବେ ଏହାକୁ ଉଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe