ଡ୍ରୋନ୍ ଉଡ଼ାଣ ଉପରେ କଟକଣା: ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କ ଛୁଟି ବାତିଲ, ପୂର୍ବ ଉପକୂଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Advertisment

ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ ଲାଗିଥିଲେ ହେଁ ରାଜ୍ୟରୁ ହାଇଆଲର୍ଟ ହଟିନାହିଁ। ଏବେ ବି ସବୁ କ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଛି। ଆଜି ମଧ୍ୟ ଡିଜିପିଙ୍କ କ୍ୟାମ୍ପ୍‌ ଅଫିସରେ ବୈଠକ ଅନୁଷ୍ଠିତ ହୋଇଛି।

ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ ଲାଗିଥିଲେ ହେଁ ରାଜ୍ୟରୁ ହାଇଆଲର୍ଟ ହଟିନାହିଁ। ଏବେ ବି ସବୁ କ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଛି। ଆଜି ମଧ୍ୟ ଡିଜିପିଙ୍କ କ୍ୟାମ୍ପ୍‌ ଅଫିସରେ ବୈଠକ ଅନୁଷ୍ଠିତ ହୋଇଛି।

drone

ଭୁବନେଶ୍ବର: ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ ଲାଗିଥିଲେ ହେଁ ରାଜ୍ୟରୁ ହାଇଆଲର୍ଟ ହଟିନାହିଁ। ଏବେ ବି ସବୁ କ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଛି। ଆଜି ମଧ୍ୟ ଡିଜିପିଙ୍କ କ୍ୟାମ୍ପ୍‌ ଅଫିସରେ ବୈଠକ ଅନୁଷ୍ଠିତ ହୋଇଛି। ଆଜିର ବୈଠକରେ ଓଡ଼ିଶାର ପୂର୍ବ ଉପକୂଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି। ରକ୍ ଡ୍ରୋନ୍‌ ବା ଅଜଣା ଡ୍ରୋନ୍‌  ଦେଖିବା ମାତ୍ରେ ଗୁଳି କରି ଖସାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସାମରିକ ପ୍ରତିଷ୍ଠାନ ଓ ସମସ୍ତ ଡ୍ୟାମ୍‌ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯାଇଛି। ଏଡିଜି ଆଇନଶୃଙ୍ଖଳା ସଂଜୟ କୁମାର କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସହ ରାଜ୍ୟ ପୁଲିସ ବିଭାଗ ରୀତିମତ ଯୋଗାଯୋଗରେ ଅଛି। ଓଡ଼ିଶାରେ ଏବେ ବି ହାଇଆଲର୍ଟ ଜାରି ରହିଛି। ପାକିସ୍ତାନ ପଟୁ ଡ୍ରୋନ୍‌ ଆଶଙ୍କା ଥିବାରୁ ଏବେ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି।

ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରଙ୍କ ଛୁଟି ବାତିଲ 
ପୂର୍ବ ଉପକୂଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ସମସ୍ତ ଡ୍ୟାମ୍‌ରେ ଆର୍ମଡ୍‌ ପୁଲିସ ପାଟ୍ରୋଲିଂ

ସେହିଭଳି କୋଷ୍ଟାଲ୍‌ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ଯେ ଓଡ଼ିଶାର ୫୧୧ କିଲୋମିଟର ଉପକୂଳରେ ଆର୍ମଡ୍‌ ମେରାଇନ୍‌ ପୁଲିସ ପଇଁତରା ମାରୁଛି ଏବଂ ସେମାନଙ୍କ ସହ ଭାରତୀୟ ନୌସେନା ଓ କୋଷ୍ଟ୍‌ଗାର୍ଡ ଯୋଗାଯୋଗରେ ରହିଛନ୍ତି। ୨୪ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଛି। ଉପକୂଳ ଅଞ୍ଚଳରେ ଗୁଇନ୍ଦା ସୂଚନାକୁ ଗୁରୁତ୍ବ ଦିଆଯାଇଛି। କୋଷ୍ଟାଲ୍‌ ପୁଲିସ, ମେରାଇନ୍‌ ଥାନା ପୁଲିସ ତଟବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ତଟବର୍ତ୍ତୀ ଅଞ୍ଚଳବାସୀଙ୍କଠାରୁ ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି ଏବଂ ତଟସୁରକ୍ଷାରେ ଡ୍ରୋନ୍‌ ସାମିଲ କରାଯାଇଛି। ସେହିଭଳି ରେଳ ସୁରକ୍ଷାକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ଆର୍‌ପିଏଫ୍‌, ଜିଆର୍‌ପି ଓ ସିଟି ପୁଲିସକୁ ଏଥିପାଇଁ ସଜାଗ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରେଳ ଷ୍ଟେସନ୍‌ରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ଏବଂ କେହି କୌଣସି ଜାଗାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ, ତୁରନ୍ତ ପୁଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଷ୍ଟେସନ୍‌ରେ ଅଯଥା ଗହଳି ନ କରିବାକୁ ପୁଲିସ ରେଳଯାତ୍ରୀମାନଙ୍କୁ ବୁଝାଉଛି। 

ଯୁଦ୍ଧ ପରିସ୍ଥିତି ମଧ୍ୟରେ ରାଜ୍ୟ ସରକାର ଆର୍‌ଡିସି, ଜିଲ୍ଲାପାଳ, ଆଇପିଏସ୍ ସ୍ତରର ବରିଷ୍ଠ ଅଧିକାରୀମାନଙ୍କର ଛୁଟି ବାତିଲ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଗୃହ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ବରିଷ୍ଠ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ ମୁଖ୍ୟାଳୟ ଫେରି କାର୍ଯ୍ୟରେ ଯୋଗଦିଅନ୍ତୁ। କୌଣସି ଆଇପିଏସ୍‌ ଅଧିକାରୀଙ୍କୁ ଛୁଟି/ତାଲିମ/ଏଲ୍‌ଟିସିରେ ଯିବାକୁ ଅନୁମତି ମିଳିବନି। କେହି ଡିଜି/ସ୍ବତନ୍ତ୍ର ଡିଜିଙ୍କ ବିନା ଅନୁମତିରେ ସେମାନଙ୍କ ମୁଖ୍ୟାଳୟ  ‌ଛାଡ଼ିପାରିବେନି। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ, ଡିଜିପି, କୋଷ୍ଟାଲ୍‌ ଅଫିସର୍‌, ଗୁଇନ୍ଦା ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ ଆଇଜି, ଆଇନଶୃଙ୍ଖଳା ଏଡିଜି, ନୌସେନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe