୯ଟି ଶିକ୍ଷକ ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ

Advertisment
୯ଟି ଶିକ୍ଷକ ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ

TheBigger.com

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷକ ତାଲିମ ଅନୁଷ୍ଠାନକୁ ଝଟ୍‌କା। ୨୦୨୦-୨୧ ଶିକ୍ଷାବର୍ଷର ପର୍ଫମାନ୍ସ ଆପ୍ରାଇଜାଲ ରିପୋର୍ଟ(ପିଏଆର) ଦାଖଲ କରି ନ ଥିବାରୁ ରାଜ୍ୟର ୯ଟି ଶିକ୍ଷାନୁଷ୍ଠାନକୁ ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ଲାଗି ନ୍ୟାସନାଲ କାଉନସିଲ୍‌ ଅଫ୍‌ ଟିଚର ଏଜୁକେସନ(ଏନ୍‌ସିଟିଇ) ଅନୁମତି ଦେଇ ନାହିଁ। ଧାର୍ଯ୍ୟ ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ପିଏଆର ଦେଇ ନଥିବାରୁ ଏନ୍‌ସିଟିଇ ପକ୍ଷରୁ ସେଗୁଡ଼ିକୁ ୨୦୨୨-୨୩ ଲାଗି ଜିରୋ ଏକାଡେମିକ୍‌ ବର୍ଷ ଭାବେ ଘୋଷଣା କରାଯାଇଛି। ଏଥିରେ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ରହିଛି। ଏହି ଶିକ୍ଷାନୁଷ୍ଠାନ ଗତ ମେ’ ୧୩ରେ ପିଏଆରର ହାର୍ଡ-କପି ଏନ୍‌ସିଟିଇ ନିକଟରେ ଦାଖଲ କରିଥିବାରୁ ତାହାକୁ ଗ୍ରହଣ କରିବା ସହ ଅନ୍ୟ ୮ଟି ଶିକ୍ଷାନୁଷ୍ଠାନରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ଲାଗି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଏନ୍‌ସିଟିଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ଓଡ଼ିଶା ଏକମାତ୍ର ‌ରାଜ୍ୟ, ଯେଉଁଠାରେ କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ଏହି କୋର୍ସ ପରିଚାଳନା ଲାଗି ରାଜ୍ୟର କୌଣସି ଘରୋଇ କଲେଜକୁ ଅନୁମତି ଦିଆଯାଉନାହିଁ, ବରଂ ୪୧ଟି ସରକାରୀ ଶିକ୍ଷାନୁଷ୍ଠାନରେ ଉକ୍ତ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯାଉଛି। ଯେଉଁଥିରେ ୧୪ଟି ବିଶ୍ବବିଦ୍ୟାଳୟ, ୧୬ଟି ଏକକ ଶିକ୍ଷକ ଶିକ୍ଷା କଲେଜ ଓ ୧୧ଟି ଡିଗ୍ରି କଲେଜ ରହିଛି। ଓଡ଼ିଶାରେ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମର ଭବିଷ୍ୟତ ଏବଂ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୯ଟି ଶିକ୍ଷାନୁଷ୍ଠାନରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ସହ ପିଏଆରର ହାର୍ଡ-କପି ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe