ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା କଟକଣା ବଳବତ୍ତର: ଧର୍ମାନୁଷ୍ଠାନ ପରିସରରେ ପାଳନ ହେବ

Advertisment
ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା କଟକଣା ବଳବତ୍ତର: ଧର୍ମାନୁଷ୍ଠାନ ପରିସରରେ ପାଳନ ହେବ

ସମ୍ବଲପୁର: ସମ୍ବଲପୁର ସହରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ହଟିନାହିଁ। ଗତବର୍ଷ ହନୁମାନ ଜୟନ୍ତୀ ପରଠାରୁ ଏହି କଟକଣା ଲାଗୁ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ବଳବତ୍ତର ରହିଥିବା ଆଇଜି ହିମାଂଶୁ ଲାଲ କହିଛନ୍ତି। ଗୁରୁବାର ଅପରାହ୍ନରେ ସହରର ବିଭିନ୍ନ ଧର୍ମର ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବର୍ତ୍ତମାନ ପରିସ୍ଥିତିରେ କଟକଣା ହଟିନଥିବା ସ୍ପଷ୍ଟ କରାଯାଇଥିଲା। ଫଳରେ, କୌଣସି ଧାର୍ମିକ ଶୋଭାଯାତ୍ରା ଆୟୋଜିତ ହୋଇପାରିବ ନାହିଁ। ଆଗକୁ ମହରମ୍‌ ପର୍ବ ପାଇଁ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ହନୁମାନ ଜୟନ୍ତୀ ଯେଉଁଭଳି ଭାବରେ ସ୍ଥାନୀୟ ଅଞ୍ଚଳରେ ସୀମିତ ଥିଲା, ମହରମ୍‌ରେ ମଧ୍ୟ ସେହିଭଳି କେବଳ ସ୍ଥାନୀୟ ଅଞ୍ଚଳରେ ପାଳିତ ହେବ। ଏଥିପାଇଁ ସଂପୃକ୍ତ ଅଞ୍ଚଳର ଥାନାରୁ ଅନୁମତି ନେବାକୁ ହେବ। କେବଳ ଧର୍ମାନୁଷ୍ଠାନ ପରିସର ଭିତରେ ଉତ୍ସବ ସୀମିତ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୁଧବାର ଦିନ ସମ୍ବଲପୁର ସହରରୁ ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ହଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହାର ଦିନକ ପରେ ପୁଲିସ ଆଇଜି କଟକଣା ବଳବତ୍ତର ରହିଥିବା କହିଛନ୍ତି। କଟକଣା ହଟାଇବାକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି। ବିଭିନ୍ନ ପର୍ଯ୍ୟାୟରେ ସ୍ଥିତି ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଜି ଶ୍ରୀ ଲାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe