ବୈତରଣୀ ନିର୍ମାଣାଧୀନ ପ୍ରକଳ୍ପରେ ଅଙ୍କୁଶ

ଯାଜପୁର ଜିଲ୍ଲାରେ ନିର୍ମାଣ, ଭଦ୍ରକ ପାଇଁ କ୍ଷତି

ବୈତରଣୀ ବନ୍ୟା ପଛରେ ଜଳ ପରିଚାଳନା ଅବ୍ୟବସ୍ଥା: ଦିନ ୧୨ଟାରେ ବାଲି, ରାତି ୮ଟାରେ ବିପଦ ସଂକେତ ପାର୍‌

The New Indian Express

ଯାଜପୁରସଦର : ଯାଜପୁର ସହର ପାର୍ଶ୍ବ ବୈତରଣୀ ନଦୀପଠାରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ତେଣୁ ପରିବେଶ ମଞ୍ଜୁରି ନଥାଇ ଯାଜପୁର ସଂଲଗ୍ନ ପୁରୁଣା ଓ ନୂଆ ବୈତରଣୀ ପଠାରେ ନିର୍ମାଣ ହେଉଥିବା ପ୍ରକଳ୍ପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏନ୍‌ଜିଟି (ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍)। ଜିଲ୍ଲା ପ୍ରଶ‌ାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ କୋଟି କୋଟି ଟଙ୍କାର ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ନିର୍ମାଣାଧୀନ କାର୍ଯ୍ୟ ବନ୍ଦ କରିବାକୁ ଏନ୍‌ଜିଟିର ନିର୍ଦ୍ଦେଶ ପରେ ଏବେ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି।

ଯାଜପୁର ସହର କଡ଼ରେ ପ୍ରବାହିତ ବୈତରଣୀ ନଦୀପଠାରେ ଶହ ଶହ କୋଟି ଟଙ୍କା ଅନୁଦାନରେ ଆନେକ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଯେପରି ପଣସା‌ ପଞ୍ଚାୟତବାସୀଙ୍କୁ ସୁରକ୍ଷା ଦେବା ଲାଗି ପାଖାପାଖି ୧୦କୋଟି ଟଙ୍କାରେ ପଣସା ଘେରିବନ୍ଧ ନିର୍ମାଣ ଜାରି ରହିଛି। ଏହାଫଳରେ ପଣସା ମଧ୍ୟଦେଇ ପ୍ରବାହିତ ବୈତରଣୀ ନଦୀ ଭଦ୍ରକ ଜିଲ୍ଲାର କ୍ଷତି କରିବ। ଏଥିସହିତ ବୈତରଣୀ ନଦୀର ଶଙ୍ଖାରୀମୁହଁ ନିକଟରେ ଏକ ପାର୍କ ନିର୍ମାଣ ପାଇଁ ଶହଶହ ଏକର ନଦୀପଠାକୁ ପୋତାଯାଉଛି। ଯାହାକି ନଦୀର ବନ୍ୟାଜଳ ପ୍ରବାହରେ ବାଧା ସୃଷ୍ଟି କରିବ। ସେହିପରି ଯାଜପୁର ସହର ରିଂରୋଡ୍ ସଂଲଗ୍ନ ଅଞ୍ଚଳରେ ନିର୍ମାଣାଧୀନ ମେଡିକାଲ କଲେଜ, ରିଂରୋଡ ଓ ସହର ସୁରକ୍ଷା ଆଳରେ ପାଖାପାଖି ୪୦ କୋଟି ଟଙ୍କା ବ୍ୟୟରେ କଂକ୍ରିଟ ସୁରକ୍ଷା ପାଚେରି, ଷଠିପୁର ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ନଦୀପଠାରେ ପାଖାପାଖି ୬୦ କୋଟି ଟଙ୍କାର ୱାଲ ନିର୍ମାଣ ଆରମ୍ଭ ହୋଇଛି। ଏହି ସମସ୍ତ କାର୍ଯ୍ୟ ରାଜ୍ୟ ପରିବେଶ ଆୟୋଗର ବିନା ଅନୁମତିରେ ଜାରି ରହିଛି। ଏହିସବୁ କାର୍ଯ୍ୟରେ କୌଣସି ପରିବେଶ ମଞ୍ଜୁରି ନଥିବା ନେଇ ସିଆ (‌ଷ୍ଟେଟ୍ ଏନ୍‌ଭରମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି)ର ଓକିଲ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲକୁ ସତ୍ୟପାଠରେ ଦର୍ଶାଇଛନ୍ତି।

ଅନ୍ୟପଟେ ଯାଜପୁର ଜିଲ୍ଲାପାଳ ଏବଂ ନିର୍ବାହୀଯନ୍ତ୍ରୀଙ୍କ ସତ୍ୟପାଠକୁ ଏନ୍‌ଜିଟି ଅଗ୍ରାହ୍ୟ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe