ପୋଲ ତଳୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଝାରତରଭା ପଞ୍ଚାୟତ ଅନ୍ତର୍ଗତ ଠକପାଲି ନିକଟ ନିବୃତ୍ତି ନଦୀ ପୋଲରୁ ତଳେ ପଡ଼ି ଠକପାଲି ଗ୍ରାମର କିରଟୀ କୁଅଁର (୫୦)ଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ଣ ୧୧ଟା ସମୟରେ କିରଟୀ, ଟଙ୍କଧର ହାଣି ଓ ଅଜିତ ବାଘ ୩ଜଣ ମିଶି ଠକପାଲି ପୋଲ ତଳେ ବସା କରିଥିବା ପାରା ଧରିବାକୁ ଯାଇଥିଲେ। ଟଙ୍କଧର ଓ ଅଜିତଙ୍କ କହିବା ଅନୁଯାୟୀ ପାରା ଧରିବା ସମୟରେ କିରଟୀ ପୋଲରୁ ତଳକୁ ଖସିପଡ଼ିଥିଲେ। ମୁଣ୍ଡ ପଛପଟେ ଶକ୍ତ ଆଘାତ ଓ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ କିରଟୀଙ୍କ ପତ୍ନୀ କଲ୍ୟାଣୀ କୁଅଁର ତାଙ୍କ ସ୍ବାମୀଙ୍କୁ ଟଙ୍କ ଓ ଅଜିତ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ତରଭା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସ ତଦନ୍ତ ସମୟରେ କିରଟୀ ଧରିଥିବା ଗାମୁଛାରୁ ଗୋଟାଏ ପାରା ଉଦ୍ଧାର ହୋଇଥିବା ତରଭା ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe